ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): ମାଲକାନଗିରି ସ୍ଥିତ ସହୀଦ ଲକ୍ଷ୍ମଣ ନାୟକ ସାହିତ୍ୟି ସଂସଦର ପ୍ରତିଷ୍ଠାତା ତଥା ସଂପାଦକ ଦୀନବଂଧୁ ବେଜ ଏବଂ ସହ ସଂପାଦକ କିଶୋର କୁମାର ଖିଲୋଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବଛା ବଛା ସାରସ୍ୱତ ବ୍ୟକ୍ତିତ୍ୱଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଅଛି । ସେହି ସାରସ୍ୱତ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଉପଦେଷ୍ଟା ଭାବେ କୋରାପୁଟରୁ ଯଜ୍ଞେଶ୍ଵର ପଣ୍ଡା, ମାଲକାନଗିରିରୁ ବଳରାମ ପୂଜାରୀ, କୋରାପୁଟରୁ ମହାଦେବ ଶତପଥି, ମାଲକାନଗିରିରୁ କେଶବ ଚନ୍ଦ୍ର ନାୟକ, ସଭାପତି ଭାବେ ମାନଗୋବିନ୍ଦ ସ୍ଵାଇଁ, ଉପ ସଭାପତି ଭାବେ ମାଲକାନଗିରିରୁ ମହାଦେବ ମାଡ଼କାମୀ ଏବଂ ଶରତ କୁମାର ପଣ୍ଡା, ମାଲକାନଗିରି ମୁଖ୍ୟ ସଂଯୋଜକ ଭାବେ ନବରଙ୍ଗପୁରରୁ ନଗେନ୍ଦ୍ର ରାଉତ, ମାଲକାନଗିରି ଜିଲ୍ଲା ସଂଯୋଜକ ଭାବେ ଦୀପକ କୁମାର ବଳ, କୋରାପୁଟ ଜିଲ୍ଲା ସଂଯୋଜକ ଭାବେ ତ୍ରିନାଥ ପଟ୍ଟନାୟକ, ନବରଙ୍ଗପୁର ଜିଲ୍ଲା ସଂଯୋଜକ ଭାବେ ପ୍ରଭାତ କୁମାର ମଲ୍ଲିକ, ରାୟଗଡ଼ା ଜିଲ୍ଲା ସଂଯୋଜକ ଭାବେ ପ୍ରଦୀପ କୁମାର ଜିଲ୍ଲାକାରା ପ୍ରମୁଖଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଅଛି । ଏହି ଅବସରରେ ସହୀଦ ଲକ୍ଷ୍ମଣ ନାୟକ ସାହିତ୍ୟି ସଂସଦର ସଦସ୍ୟ ଶିକ୍ଷକ ତଥା କବି ହରିହର ପଟ୍ଟନାୟକ ଏବଂ ଅବସରପ୍ରାପ୍ତ ଷ୍ଟେନୋ କେ. ଦିଲ୍ଲୀପ କୁମାର ଯୋଗ ଦେଇ ଅଧ୍ୟାପକ, କବି ତଥା ସମାଜସେବୀ ତ୍ରିନାଥ ପଟ୍ଟନାୟକଙ୍କୁ ଏହି ସାହିତ୍ୟି ଅନୁଷ୍ଠାନର ସଦସ୍ୟତା ପ୍ରମାଣ ପତ୍ର ପ୍ରଦାନ କରିବା ସହ ଶୁଭେଚ୍ଛା ଜ୍ଞାପନ କରିଥିବା ଦେଖିବାକୁ ମିଳିଅଛି ।