ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ କଲେ ସରପଞ୍ଚ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଭବାନୀପାଟଣା ବ୍ଲକ ଗଣ୍ଡବାରଝୋଲା ପଂଚାୟତ ତିଳଯୋଡି ଗାଁ ର ସମବାରୁ ଶବର ଗତ କିଛିମାସ ତଳେ କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇଥିଲେ । ସେ ଏହି ରୋଗ ବିଷୟରେ ଜାଣିଲାପରେ ଭବାନୀପାଟଣା ସ୍ଥିତ ମୁଖ୍ୟ ଚିକିସ୍ୟାଳୟରେ ଭର୍ତି ହୋଇଥିଲେ । ତାଙ୍କୁ ରକ୍ତ ଦରକାର ସମୟରେ ସମାଜସେବୀ ଯଶୋବନ୍ତ ରଣା ବହୁବାର ସହଯୋଗ କରିଥିଲେ । ବହୁବାର ରକ୍ତ ଯୋଗାଇଦେବା ରେ ସହଯୋଗ କରିଛନ୍ତି । ତାଙ୍କୁ ଖରିଆର ର ମିଶନ ରେ ମଧ୍ୟ କିଛିଦିନ ରଖାଯାଇଥିଲା । ସେଠାରେ ଭଲ ହେଲାପରେ ପୁଣି ଘରକୁ ଅଣାଯାଇଥିଲା । ସ୍ଵାସ୍ଥ୍ୟ ବସ୍ତା ପୁଣି ବିଗିଡି ଯିବାରୁ ଦୁଇଦିନ ତଳେ ପୁଣି ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିସ୍ୟାଳୟ ଠାରେ ଭର୍ତ୍ତି କରାଯାଇଥିଲା । ହେଲେ ଗତକାଲି ରାତି ୮ ଟା ସମୟରେ ତାଙ୍କର ଦେହାନ୍ତ ହେଲା । ଏହି ଖବର ଯଶୋବନ୍ତ ରଣା ଗଣ୍ଡବାରଝୋଲା ସରପଞ୍ଚ ମୁରଲୀ ପ୍ରଧାନ ଓ ନାଏବ ସରପଞ୍ଚ ଶ୍ରୀମତୀ ଦୀପ୍ତି ନାଏକ ଙ୍କୁ ଜଣେଇଥିଲେ । ଖବର ପାଇଲାପରେ ସରପଞ୍ଚ, ନାଏବ ସରପଞ୍ଚ ଙ୍କ ସ୍ୱାମୀ ଧ୍ରୁବ ନାଏକ ଓ ସମାଜସେବୀ ଯଶୋବନ୍ତ ରଣା ତାଙ୍କ ଘରକୁ ପହଂଚି ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ପ୍ରଦାନ କରିଛନ୍ତି । ଦଶାହ ଦିନ ପଞ୍ଚାୟତ ପକ୍ଷରୁ ଚାଉଳ ଗୋଟିଏ ବସ୍ତା ଦେବାକୁ ମଧ୍ୟ କହିଛନ୍ତି ।ସେହିପରି ତାଙ୍କର ଦୁଇଟି ପୁଅଙ୍କୁ ବାଦିଲୀ ସ୍ଥିତ କିସ ସ୍କୁଲରେ ଆଡ଼ମିସନ କରିଦେବାପାଇଁ ଯଶୋବନ୍ତ ରଣା ପ୍ରତିଶୃତି ଦେଇଛନ୍ତି । ସରପଞ୍ଚ ମୃତଙ୍କ ପରିବାରଙ୍କୁ ସମବେଦନା ଜଣେଇ ଖୁବ ଶୀଘ୍ର ବିଧବା ଭତ୍ତା କରିଦେବାକୁ ପ୍ରତିଶୃତି ଦେଇ ସମସ୍ତ ଡକୁମେଣ୍ଟ ସଂଗ୍ରହ କରିଛନ୍ତି । ସରପଞ୍ଚଙ୍କ ଉପସ୍ଥିତିକୁ ସମସ୍ତେ ପ୍ରଶଂସା କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.