ଆହୁରି ମହକିବ କୋରାପୁଟ କଫି, ୫୦୦ ହେକ୍ଟର ଜମିରେ ହେବ ଚାଷ

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): କୋରାପୁଟ ଜିଲ୍ଲାର ବ୍ୟାପକ ଜମିରେ କଫି ଓ ଗୋଲମରିଚ ଚାଷ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଏନେଇ କଫି ବୋର୍ଡ ସଂଯୋଜକ ଉପେନ୍ଦ୍ର କୁମାର ସାହା ସୂଚନା ଦେଇଛନ୍ତି । ପ୍ରାୟ ୫୦୦ ହେକ୍ଟର ଜମିରେ କଫି ଓ ୧୦୦ ହେକ୍ଟର ଜମିରେ ଗୋଲମରିଚ ଚାଷ କରାଯିବ ବୋଲି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି । କୋରାପୁଟରେ ୫୦୦ ହେକ୍ଟର ଜମିରେ ହେବ କଫି ଚାଷ । ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା)ରେ କରାଯିବାକୁ ଥିବା ଏହି ଯୋଜନାରେ ଜିଲ୍ଲାରେ ୧୦୦୦ ହେକ୍ଟରରେ ଛାଇ ପ୍ରଦାନକାରୀ ବୃକ୍ଷ ପାଇଁ ଚାରାରୋପଣ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୫୦୦ ହେକ୍ଟରରେ କଫି ଓ ୧୦୦ ହେକ୍ଟରରେ ଗୋଲମରିଚ ଚାରା ଲଗାଯିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ବୋଲି ଜିଲ୍ଲା କଫି ଉନ୍ନୟନ ଅଧିକାରୀ ଶ୍ରୀକାନ୍ତ ଦାସ ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.