ଦଣ୍ଡନାଚ କଳାକାରମାନଙ୍କୁ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ଗଞ୍ଜାମ: ଶ୍ରୀ ଶ୍ରୀ ରାମଲିଂଗେଶ୍ୱର ନାଟ୍ୟ ସଂସଦ (ଗଂଜା)ଗଂଜାମରେ ଗଂଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘର ସଦସ୍ୟ ମାନେ ଅଭିନୟ କରିଥିଲେ । ଗଂଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘର ଉପ ସଭାନେତ୍ରୀ ଶ୍ରୀମତୀ ଗୀତା ସ୍ୱାଇଁ ଓ ଉପଦେଷ୍ଟା ଶ୍ରୀ ବିପ୍ର ଚରଣ ମହାରଥାଙ୍କ ଅଧ୍ୟକ୍ଷତାରେ, ମୂଖ୍ୟ ଅତିଥି ରବିନ୍ଦ୍ର କୁମାର ପଣ୍ଡା ଓ ସନ୍ତୋଷ ଗୌଡ଼ଙ୍କ ଉପସ୍ଥିତିରେ ଦଣ୍ଡ ନାଚରେ ଅଭିନୟ କରୁଥିବା ସମସ୍ତ କଳାକାରଙ୍କୁ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା । ଏହି ନାଟକକୁ ସନ୍ତୋଷ କୁମାର ସାହୁ ନିର୍ଦ୍ଦେଶନା ଦେଇଥିଲେ । କାର୍ଯ୍ୟକ୍ରମରେ ସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ କଳାକାରଙ୍କ ଅଭିନୟ ପାଇଁ ଉଚ୍ଚ ପ୍ରଶଂସା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.