ଶ୍ରୀ ଜଗନ୍ନାଥ ସ୍କୁଲ ଅଫ ନର୍ସିଙ୍ଗରେ ଶପଥ ଗ୍ରହଣ ଉତ୍ସବ

ଓଡ଼ିଆ ବାର୍ତ୍ତା/ ନୂଆପଡା (ମହେନ୍ଦ୍ର ବାଗ [ରାହୁଲ]): ନୂଆପଡା ଜିଲ୍ଲା କୋମନା ବ୍ଲକ ଘାଟିପଡ଼ା ଠାରେ ଶ୍ରୀ ଜଗନ୍ନାଥ ସ୍କୁଲ ଅଫ ନର୍ସିଙ୍ଗ କଲେଜ ରେ ଜି.ଏନ.ଏମ ଓ ଏଏନଏମ ଛାତ୍ର ଛାତ୍ରୀଙ୍କର ଦୀପ ପ୍ରଜ୍ବଳନ ଓ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଜଗନ୍ନାଥ ଗ୍ରୁପ ଅଫ ଏନ୍ଷ୍ଟିଟ୍ୟୁସନର ପରିଚାଳନା ନିର୍ଦେଶକ ମୁକେଶ ଭଶାଣିଙ୍କ ଅଧକ୍ଷତାରେ ଆୟୋଜିତ ଉତ୍ସବରେ ସି.ଡି.ଏମ.ଓ ଚୌଧିରୀ ଶୋଭାରାଣୀ ମିଶ୍ର ମୁଖ୍ୟ ଅତିଥି, କୋଶଲି ଲୋକ କବି ହଳଧର ନାଗ ମୁଖ୍ୟ ବକ୍ତା, ଏନ ଏଚଏମଡିପିଏମ ଦିଲିପ ଦୁବେ, ଅବସର ପ୍ରାପ୍ତ ସିଡିଏମ ଓ ବ୍ରଜଙ୍ଗବଳି ଜଗତ, ଅବସରପ୍ରାପ୍ତ ଏ ଡିଏମଓ ଉଦୟ ଚରଣ ମହାରଣା, ଖରିଆର ରୋଡ ଏନଏସି ଚେୟାରମେନ ସୋନିଆ ଜୈନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ଜିଏନଏମ ଓ ଏଏନଏମ ର ପ୍ରଥମ, ଦ୍ଵିତୀୟ ଓ ତୃତୀୟ ବର୍ଷର ସମସ୍ତ ଛାତ୍ରୀ ଛାତ୍ର ଯୋଗ ଦେଇଥିଲେ । ଜସ୍ମିନ ମେଥ୍ୟୁ କାର୍ଯ୍ୟକ୍ରମଟି ପରିଚାଳନା କରିଥିବା ବେଳେ ସନ୍ତୋଷ ବୈକାର, ପ୍ରଫୁଲ୍ଲ ରାଉତ ଆକାଶ ମିଶ୍ର, ଯଦୁମଣି ପ୍ରଧାନୀ ପ୍ରମୁଖଙ୍କ ସମେତ ଶିକ୍ଷାନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.