ତୁରେଛଡାଠାରେ ବାବା ସାହେବ ଆମ୍ବେଦକର ଜୟନ୍ତୀ ପାଳିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକ ତୁରେଛଡାଠାରେ ସମ୍ବିଧାନ ପ୍ରଣେତା ଡ. ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତି ପାଳିତ ହୋଇଯାଇଛି । ଗ୍ରାମବାସିଙ୍କ ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ରାଜେନ୍ଦ୍ର ୟୁନିଭରସିଟି ଆସିଷ୍ଟାଣ୍ଟ ପ୍ରଫେସର ବଂଶିଧର ଦୀପ, ଭବାନୀପଟଣା ସବ ରେଜିଷ୍ଟର କ୍ଷୀରୋଦ ନାଗ, ସିନ୍ଧେକେଲା ମେଡିକାଲ ଅଫିସର ଡକ୍ତର ପ୍ରମୋଦ ବାରିକ, ବଲାଙ୍ଗିର ରାଜେନ୍ଦ୍ର ୟୁନିଭରସିଟି ଆସିଷ୍ଟାଣ୍ଟ ପ୍ରଫେସର ମନମୋହନ ପୋଲେଇ, କଣ୍ଟାବାଞ୍ଜି ମହିଳା ମହାବିଦ୍ୟାଳୟ ରାଜନୈତିକ ବିଜ୍ଞାନ ଅଧ୍ୟାପକ ଜିତେନ୍ଦ୍ର ସୁନା, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ପ୍ରତିନିଧି ମହେନ୍ଦ୍ର ମଙ୍ଗରାଜ, ନୂଆପଡା ବ୍ଲକ ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତୁଲେଶ୍ୱର ନାଏକ, କେଗାଁ ଥାନାଧିକାରୀ ମନୋରଞ୍ଜନ କୁମ୍ଭାର, ଏଓଏସସିଏଫ ସଭାପତି ଧନଞ୍ଜୟ ଦୀପ, ଚପ୍ରିଆ ସରପଞ୍ଚ ପ୍ରତିନିଧି ନରହରି ବାଗ, ତୁରେଛଡା ପ୍ରଥମିକ ବିଦ୍ୟାଳୟ ଶିକ୍ଷକ ଡମ୍ବରୁଧର କାଣ୍ଡ ପ୍ରମୁଖ ଅତିଥି ଭାବେ ମଞ୍ଚାସିନ ରହି ବାବା ସାହେବ ଆମ୍ବେଦକରଙ୍କ ଜିବନୀ ଓ ଭାରତୀୟଙ୍କ ଉପରେ ତାଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ । ସଭାକାର୍ଯ୍ୟ ପୂର୍ବରୁ ବୁଦ୍ଧ ବନ୍ଦନା, ତ୍ରିସରତା ଓ ପଞ୍ଚସୀଳ ଗାନ କରଯାଇଥିଲା । ତୁରେଛଡାସ୍ଥିତ ଆମ୍ବେଦକର ଫୁଲେ ପାଠଶାଳାରୁ ୨୦୨୧-୨୨ ରେ ୨୨ ଜଣ ଛାତ୍ରଛାତ୍ରୀ ଓ ୨୦୨୨-୨୩ ରେ ୨୭ ଜଣ ଛାତ୍ରଛାତ୍ରୀ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରିକ୍ଷାରେ ଉତ୍ତିର୍ଣ୍ଣ ହୋଇଥିବାରୁ ତାଙ୍କୁ ମାନପତ୍ର ଓ ପୁରସ୍କାର ବିତରଣ କରାଯାଇଥିଲା । କମିଟି ପକ୍ଷରୁ ଡମ୍ବରୁଧର କାଣ୍ଡ, ତାପସ ରଂଜନ ମଙ୍ଗରାଜ, ଅଶୋକ ମଙ୍ଗରାଜ, ସରୋଜ ମଙ୍ଗରାଜ, ଲକ୍ଷ୍ମଣ ମଙ୍ଗରାଜ, ସୁଶାନ୍ତ ମଙ୍ଗରାଜ, ରଘୁ ମଙ୍ଗରାଜ, ମହତାପ ମଙ୍ଗରାଜ, ମନୁ ମଙ୍ଗରାଜ, ଘାସିରାମ ସୁନାନୀ, ଦେବାର୍ଚ୍ଚନ କାଣ୍ଡ, ମହେନ୍ଦ୍ର ମଙ୍ଗରାଜ, ମୁନା ମଙ୍ଗରାଜ, ଲୋଚନ ମଙ୍ଗରାଜ, ଦୁଷ୍ମନ୍ତ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ । ଚଳିତ ବର୍ଷ ଗ୍ରାମବାସୀଙ୍କ ସହଯୋଗରେ ପ୍ରଥମ ଥର ପାଇଁ ଉକ୍ତ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ବେଳେ ଆସନ୍ତା ବର୍ଷ ମାନଙ୍କରେ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଧୁମଧାମରେ ପାଳନ ହେବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ସଭା କାର୍ଯ୍ୟ ପରେ ରଙ୍ଗାରଙ୍ଗ ସମ୍ବଲପୁରୀ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.