ମ୍ୟାଟ୍ରିକ ପରୀକ୍ଷା ପ୍ରସଙ୍ଗ: ନର୍ଲା ବ୍ଲକର ୧୪ ଗୋଟି କେନ୍ଦ୍ରରେ ୨୧୧୧ ପରୀକ୍ଷାର୍ଥୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକରେ ୨୯ ଗୋଟି ହାଇସ୍କୁଲ ରହିଥିବା ବେଳେ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ପାଇଁ ୧୪ ଗୋଟି ପରୀକ୍ଷା କେନ୍ଦ୍ର କରାଯାଇଛି । ନର୍ଲା ବ୍ଲକ୍ ଅଧିନସ୍ଥ ୧୪ ଗୋଟି ପରୀକ୍ଷା କେନ୍ଦ୍ରରେ ୨୧୧୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ସୂଚନାରୁ ଜଣାପଡିଛି । ଚଳିତ ବର୍ଷ ମ୍ୟାଟ୍ରି ପରୀକ୍ଷା ପାଇଁ ରାଜ୍ୟ ସରକାର ନୂଆ ନିୟମ ପ୍ରଣୟନ କରିଛନ୍ତି । ଯେଉଁ ବିଦ୍ୟାଳୟର ଛାତ୍ରଛାତ୍ରୀ ସେହି ବିଦ୍ୟାଳୟ କେନ୍ଦ୍ରରେ ହିଁ ପରୀକ୍ଷା ଦେବେ । ପରୀକ୍ଷାର୍ଥୀ ଓ ଅଭିଭାବକ ଯେମିତି ହଇରାଣ ନହୁଅନ୍ତୁ ସେଥିପାଇଁ ରାଜ୍ୟସରକାର ଯତ୍ନବାନ ରହିଥିବା ଜଣାପଡିଛି । ଅତି କମ ପରୀକ୍ଷାର୍ଥୀ ରହିଥିବା କେତେକ ସ୍କୁଲ ଗୁଡିକୁ ନିକଟସ୍ଥ କେନ୍ଦ୍ର ଗୁଡିକରେ ଟ୍ୟାଗ୍ କରାଯାଇଥିବା ଦେଖିବାକୁ ମିଳିଛି । ପରୀକ୍ଷା କେନ୍ଦ୍ର ହୋଇଥିବା ସେହି ହାଇସ୍କୁଲର ଶିକ୍ଷକ ମାନଙ୍କୁ ଅନ୍ୟ ହାଇସ୍କୁଲରେ ଡ୍ୟୁଟି ଦିଆ ଯାଇଥିବା ବେଳେ କେବଳ ଉପରୋକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁପରିଟେଣ୍ଡେଣ୍ଟ ଭାବରେ ପରୀକ୍ଷା ପରିଚାଳନା କରୁଥିବା ବେଳେ ଉକ୍ତ ବିଦ୍ୟାଳୟର ମାତ୍ର ଜଣେ ଦୁଇଜଣ ଷ୍ଟାଫ୍ କାଗଜପତ୍ର କାମ କରୁଥିବା ଜଣାପଡିଛି । ଚଳିତ ବର୍ଷ ପ୍ରଥମ ଥର ଭାବରେ କେନ୍ଦ୍ର ନିକଟସ୍ଥ ପାଥମିକ ବିଦ୍ୟାଳୟ ଗୁଡିକର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ପରୀକ୍ଷା କେନ୍ଦ୍ର ଗୁଡିକରେ ଇନଭିଜିଲଟେର ଡ୍ୟୁଟି ଦିଆଯାଇଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ ପ୍ରଥମ କରି ବ୍ଲକର କନିଷ୍ଠ ଯନ୍ତ୍ରୀ, କୃଷି ବିଭାଗର ଗ୍ରାମ୍ୟ କୃଷି କର୍ମଚାରୀ ଓ ଏଓ, ରେଭେନ୍ୟୁ ବିଭାଗର ଆରଆଇ ଓ ଏଆରଆଇ ମାନଙ୍କୁ ଅବଜରଭର ଭାବରେ ବିଭିନ୍ନ ପରୀକ୍ଷା କେନ୍ଦ୍ର ଗୁଡିକରେ ନିୟୋଜିତ କରିଥିବା ଦେଖିବାକୁ ମିଳିଛି । ଏଭଳି ଭାବରେ ନର୍ଲା ବ୍ଲକ୍ ଅଧିନସ୍ଥ ୧୪ ଗୋଟି ମ୍ୟାଟ୍ରି କରୀକ୍ଷା କେନ୍ଦ୍ର ମାନଙ୍କରେ ୨୫୦ ଜଣ କର୍ମଚାରୀ ପରୀକ୍ଷା ଡ୍ୟୁଟି କରୁଥିବା ଜଣାପଡିଛି । ନର୍ଲା ବ୍ଲକ୍ ଅଧିନସ୍ଥ କେବଳ ତୁଳାପଡା ପରୀକ୍ଷା କେନ୍ଦ୍ରରେ ହିଁ ସିସିଟିଭି ଲାଗିଥିବା ଜଣାପଡିଛି । ମ୍ୟାଟ୍ରିକ ପରୀକ୍ଷା ଆସନ୍ତା ମଇ ୭ ତାରିଖ ଯାଏଁ ଚାଲିବାକୁଥିବା ବେଳେ ଆଜି ପ୍ରଥମ ଦିନ ଇଂରାଜୀ ପରୀକ୍ଷା ନର୍ଲା ବ୍ଲକ୍ ଅଞ୍ଚଳର ୧୪ ଗୋଟି ପରୀକ୍ଷା କେନ୍ଦ୍ରରେ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଥିବା ନର୍ଲା ବ୍ଲକ୍ ମ୍ୟାଟ୍ରିକ ପରୀକ୍ଷା ପରିଚାଳନା ଅଧିକାରୀ ରହିଥିବା ନର୍ଲା ବିଡିଓ ମାନସରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.