ଦେଓମାଳିରେ ସିନେମା ସୁଟିଂ: ଅଭିନେତା ସିଦ୍ଧାନ୍ତଙ୍କୁ ଭେଟିବା ପାଇଁ ପର୍ଯ୍ୟଟକଙ୍କ ଭିଡ

ଓଡ଼ିଆ ବାର୍ତ୍ତା/ କୋରାପୁଟ : (ତ୍ରିନାଥ ପଟ୍ଟନାୟକ): ଓଡ଼ିଶାର ସର୍ବୋଚ୍ଚ ପର୍ବତ ଦେଓମାଳିରେ ବର୍ତ୍ତମାନ ଏକ ଓଡ଼ିଆ ଚଳଚ୍ଚିତ୍ର ସୁଟିଂ ଚାଲିଛି । ପର୍ବତର ସୋନ୍ଦର୍ଯ୍ୟର ଆନନ୍ଦ ନେବାକୁ ଆସିଥିବା ପର୍ଯ୍ୟଟକଙ୍କ ପାଇଁ ଏହି ସୁଟିଂ ଦେଖିବାର ସୁଯୋଗ ମିଳିଛି । ଏଠାରେ ସୁଟିଂରେ ବ୍ୟସ୍ତ ଥିବା ଓଲିଉଡ଼ ଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କୁ ଦେଖିବା ପାଇଁ ପର୍ଯ୍ୟଟକମାନେ ଭିଡ ଜମାଉଥିବା ଦେଖିବାକୁ ମିଳିଛି । ସୁଟିଂ ଚଳଚ୍ଚିତ୍ରରେ ପ୍ରମୁଖ ଭୂମିକାରେ ଅଭିନୟ କରିଥିବା ବିଶିଷ୍ଟ ଚଳଚ୍ଚିତ୍ର ତାରକା ସିଦ୍ଧାନ୍ତ ମହାପାତ୍ରଙ୍କୁ ପାଖରୁ ଦେଖିବା ଓ ସାକ୍ଷାତ କରିବା ପାଇଁ ଲୋକଙ୍କ ଭିଡ ଲାଗି ରହିଛି । ଦେଓମାଳି ପର୍ବତକୁ ମାଓବାଦୀଙ୍କ ପ୍ରଭାବରୁ ମୁକ୍ତ କରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କ ସୁବିଧା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଅନ୍ୟପଟେ ଚଳଚ୍ଚିତ୍ର ଜଗତର ଦେଓମାଳି ପ୍ରତି ଆକର୍ଷଣ ସୃଷ୍ଟି ହେବା ଏହି ଅଞ୍ଚଳକୁ ପର୍ଯ୍ୟଟନ ମାନଚିତ୍ରରେ ଏକ ନୂତନ ସ୍ଥାନ ପ୍ରଦାନ କରିବ ବୋଲି ଆଶା ଦୃଢୀଭୂତ ହୋଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.