ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପ୍ରଖର ରାଷ୍ଟ୍ରବାଦୀ,ସଂସ୍କାର ଭାରତୀ ର ସଂସ୍ଥାପକ ସଦସ୍ୟ ତଥା ସଂରକ୍ଷକ ପଦ୍ମଶ୍ରୀ ଯୋଗେନ୍ଦ୍ର ଜୀ ଙ୍କ ଅମର ଆତ୍ମାର ସଦଗତି ପାଇଁ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ପାଣିମୁଣ୍ଡା ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ସଂସ୍କାର ଭାରତୀ କଳାହାଣ୍ଡି ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ପ୍ରମୋଦ କୁମାର ପରିଡା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭା କୁ ପରିଚାଳନା କରିଥିଲେ ଜିଲ୍ଲା କମିଟି ସଦସ୍ୟ ତପନ କୁମାର ଭୋଇ।ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ପ୍ରସନ୍ନ ଗୌଡିଆ, ମଧୁସୂଦନ ରାଉତ, ଶ୍ୟାମ ସୁନ୍ଦର ପଧାନ, ଶିବ ରାମ ସାହୁ ଙ୍କ ସମେତ ପାଣିମୁଣ୍ଡା, ନର୍ଲା ଓ ଉଲିସିର୍କା ଗ୍ରାମର ପ୍ରାୟ ଚାଳିଶ ଜଣ ସଦସ୍ୟ ଅଂଶ ଗ୍ରହଣ କରିଥିଲେ। ପ୍ରଦୀପ ପ୍ରଜ୍ବଳନ ପରେ ସାମୁହିକ ଭାବରେ ସଂସ୍କାର ଭାରତୀ ର ଧେୟ ଗୀତ ପରିବେଷଣ କରାଯାଇଥିଲା।ଶେଷରେ ବରିଷ୍ଠ ସଦସ୍ୟ ମଧୁସୂଦନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।