ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ରୁପ୍ରାରୋଡ ଜଗନ୍ନାଥ ମନ୍ଦିରର ଦିଅଁ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସ୍ବତନ୍ତ୍ର ନିତିକାନ୍ତି ସହ ନର୍ଲା ବ୍ଲକ ରୁପ୍ରାରୋଡ ସ୍ଥିତ ଜଗନ୍ନାଥ ମନ୍ଦିରର ଚତୁର୍ଦ୍ଧାମୂର୍ତ୍ତିଙ୍କ ମହାସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବାଡିଭୋରରୁ ମଙ୍ଗଳ ଆରତୀ ଓ ଅବକାଶ ନୀତି ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଗୋଟି ପହଣ୍ଡିରେ ସ୍ନାନ ମଣ୍ଡପକୁ ଅଣାଯାଇଥିଲା। ସ୍ନାନ ମଣ୍ଡପରେ ପୁରୀରୁ ଆସିଥିବା ପଣ୍ଡିତ ନିଗମାନନ୍ଦ ମହାପାତ୍ର ଓ ତାଙ୍କ ସହଯୋଗୀଙ୍କ ଦ୍ଵାରା ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ଶ୍ରୀ ଜୀଉ ମାନଙ୍କୁ ୭୦ ପ୍ରକାରର ଦ୍ରବ୍ୟ ମିଶ୍ରିତ ସୁଗନ୍ଧିତ ଜଳରେ ସ୍ନାନ କରାଯାଇଥିଲା।

Omkar Vasthu
Omkar Vasthu

(କ୍ଲିକ୍ କରି ଦେଖନ୍ତୁ ଭିଡିଓ 🖕)

Pearl dental clinic
Near Ashish Medical Store, Bhawanipatna

ରୁପ୍ରାରୋଡ ଜଗନ୍ନାଥ ମନ୍ଦିରର ମୁଖ୍ୟ ଉଦ୍ଦ୍ୟୋକ୍ତା ସ୍ବର୍ଗତ ଡ଼. ସାଧୁରାମ ଅଗ୍ରୱାଲଙ୍କ ସୁପୁତ୍ର ସୁନୀଲ କୁମାର ଅଗ୍ରୱାଲ, ରାଜେଶ କୁମାର ଅଗ୍ରୱାଲ, ସୁମିତ କୁମାର ଅଗ୍ରୱାଲଙ୍କ ସମେତ ପ୍ରଫୁଲ୍ଲ କୁମାର ମହାନ୍ତି, ଚନ୍ଦ୍ରମୋହନ ରୋହିଲା, ରତନ ଅଗ୍ରଓ୍ୱାଲ, ପ୍ରଦୀପ ଅଗ୍ରୱାଲ, ଅନିଲ ଅଗ୍ରୱାଲ, ପଓ୍ବନ ଶର୍ମା ଏବଂ ଅନେକ ଜଗନ୍ନାଥ ପ୍ରେମୀ ସ୍ନାନ ଯାତ୍ରା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଦେବସ୍ନାନ ନୀତିକାନ୍ତ ସମ୍ପାଦନ ପରେ ସନ୍ଧ୍ୟାରେ ଜୀଉ ମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥିଲା। ମହାସ୍ନାନ ଯାତ୍ରା ଓ ଗଜାନନ ବେଶ ଦେଖିବା ପାଇଁ ମନ୍ଦିରରେ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଲାଗିରହିଥିଲା।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.