ଲାହାଡି ବୁଢ଼ା ନଦୀ ପୋଲ ନର୍ମାଣ କ୍ୟାମ୍ପରେ ଅଘଟଣ: ଯୁବକ ମୃତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ଉର୍ଲାଦାନୀ ପଞ୍ଚାୟତ ଲାହାଡ଼ି ଗ୍ରାମ ନିକଟ ବୁଢ଼ା ନଦୀ ପୋଲ ନିର୍ମାଣ କ୍ୟାମ୍ପ୍ ରେ ଅଘଟଣ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ କ୍ୟାମ୍ପରେ ଥିବା ପେଟି ଠିକାଦାର କୋକସରା ଥାନା ଖୁନ୍ତିଆ ଗ୍ରାମର ତୁଳସୀ ରାମ୍ ଧାରୁଆ ଓରଫ୍ ମଣ୍ଟୁ (୩୬) ଓ ଅନ୍ୟମାନେ ନଦୀରେ ପାଣି ବଢ଼ିଲେ, ନଦୀ କୂଳରେ ଥିବା ସାମଗ୍ରୀ ଭାସି ଯାଇ ପାରେ ବୋଲି ଆଶଙ୍କ କରି ସାମଗ୍ରୀ ଉଦ୍ଧାର କରି ଆଣିବାକୁ ଯିବା ସମୟରେ ମୃତକ କ୍ୟାମ୍ପରେ ଥିବା ଜେନେରେଟର ଅନ୍ କରିବାକୁ ଯିବା ବେଳେ ସର୍ଟ ସର୍କିଟ ଯୋଗୁଁ ଝଟକା ଲାଗିଥିଲା । ସେ ଛିଟିକି ପଡ଼ିବା ସହ ତାଙ୍କ ଉପରେ ବିଦ୍ୟୁତ୍ ତାର ପଡ଼ିଥିଲା । ପରେ ତାଙ୍କୁ ଉଦ୍ଧାର କରି ମ.ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣି ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ମ.ରାମପୁର ଥାନାରେ କେସ ନମ୍ୱର୍ ୧୫୫/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଥିବା ତଦନ୍ତ ଅଧିକାରୀ ଏସଆଇ ଜୟ ଦେବ ତାରିଣୀ ସୂଚନା ଦେଇଛନ୍ତି । ଶବ ବ୍ୟବଚ୍ଛଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା । ତେବେ ବର୍ଷା ହେବା ପରେ ମୃତକ ଜେନେରେଟର ଅନ୍ କଲା ବେଳେ କେମିତି ସତର୍କ ରହିଲେ ନାହିଁ, କ୍ୟାମ୍ପରେ ଜେନେରେଟରକୁ ସୁରକ୍ଷିତ ସ୍ଥାନରେ ବର୍ଷା ପୂର୍ବରୁ କାହିଁକି ରଖା ଯାଇ ନ ଥିଲା, ତାକୁ ନେଇ ସାଧାରଣରେ ଠିକାଦାରଙ୍କ ଅବହେଳାକୁ ନେଇ ସମାଲୋଚନା ହେଉଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.