ଓଡିଆବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କର୍ଲାମୁଣ୍ଡା ବ୍ଲକ ସ୍ଥିତ ରିଷିଡା ପ୍ରାଥମିକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଭାଜପା ଯୋରାଡବ୍ରା ମଣ୍ଡଳ ତରଫରୁ ଜେ ମାଳିପଡା ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ସେହିପରି ମ.ରାମପୁର ବ୍ଲକ ବାରବନ୍ଧା ପ୍ରାଥମିକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଛାଡେଙ୍ଗେନ ଗୋଷ୍ଟୀ ଉପ ସ୍ୱାସ୍ଥ୍ୟ କେନ୍ଦ୍ର, ଅଳାତାରା ପଞ୍ଚସଖା ଉଚ୍ଚବିଧ୍ୟାଳୟ, ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଓ କର୍ଲାମୁଣ୍ଡା ବ୍ଲକ କୁସୁର୍ଲା (ହଜାରୀପଡା )କଳାରୁଦ୍ର ଯୁବକ ସଂଘ ଓ ମ.ରାମପୁର ବ୍ଲକ ମୋହନଗିରି ଗ୍ରାମର ଧୋବଳେଶ୍ୱର ଯୁବକ ସଂଘ ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରିଷିଡା ପ୍ରାଥମିକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼ା ସୁଧାଂଶୁ କୁମାର ବେଦବାକ, ଫର୍ମାସିଷ୍ଟି ରଞ୍ଜନ ସାହୁ, ସଂଘମିତ୍ରା ମାଝୀ, ମିନିକେତନ ବାଗ ଓ ବୋରପଦର ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ବେଦଶଙ୍କର ସାହୁ, ପୌରକେଳା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଅଞ୍ଜଳି ତାଣ୍ଡି ଓ ମ.ରାମପୁର ବ୍ଲକ ବାରବନ୍ଧା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଚାଳକ ଡ଼ା. ସିମାଞ୍ଚଳ ପାଣି, ଫାମାସିଷ୍ଟ ପ୍ରଦୀପ କୁମାର ବାରିକ, ସନ୍ତୋଷ ମହାନନ୍ଦ, ମିଥୁନ ମହାନନ୍ଦ, ପ୍ରମା ମହାନନ୍ଦ, ଜିଶନ ଆଳୀ ଖାନ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଗୋଛାଡେଙ୍ଗେନ ପଞ୍ଚାୟତ ଗୋଷ୍ଠୀ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଏଏନଏମ ମୁକ୍ତା ପ୍ରଧାନ ଓ ଏମ୍ବିକେ ସଂଯୁକ୍ତା ପାତ୍ର ଓ ଅଳାତରା ପଞ୍ଚସଖା ଉଚ୍ଚବିଧ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶକୁନ୍ତଳା ମିଶ୍ର ଓ କ୍ରୀଡା ଶିକ୍ଷକ ବେଣୁଧର ରଣା ଉପସ୍ଥିତ ଥିବାବେଳେ ନେହରୁ ଯୁବ କେନ୍ଦ୍ର କଳାହାଣ୍ଡି ଜାତୀୟ ଯୁବ ସ୍ୱେଚ୍ଛା ସେବୀ ଅମର ସିଂ ଭୋଇ, ବିକାଶ ସୁନା ଓ କର୍ଲାମୁଣ୍ଡା ବ୍ଲକ ଜାତୀୟ ଯୁବସେଚ୍ଛା ତଥା ଯୋଗ ଶିକ୍ଷକ ସନତ କୁମାର ସାହୁ ଯୋଗର ଉପକାରିତା ଯୋଗ ଶିକ୍ଷା ମାଧ୍ୟମରେ ଲୋକ ମାନଙ୍କୁ ବୁଝାଇ କହିଥିଲେ।