ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଆଜି ସାରା ବିଶ୍ୱରେ ଯୋଗ ଦିବସ ପାଳନ କରାଯାଉଥିବା ବେଳେ ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲଠାରେ ମଧ୍ୟ ଏହା ପାଳିତ ହୋଇଯାଇଛି। ଯୋଗ ହେଉଛି ପ୍ରାଚୀନ ଭାରତୀୟ ଐତିହ୍ୟର ଏକ ଅଂଶ ଏବଂ ଏହା ଦ୍ୱାରା ମନ, ଶରୀର, ଆତ୍ମା ବିଶୁଦ୍ଧ ରହେ ବୋଲି ସ୍କୁଲର ପ୍ରତିଷ୍ଠାତା ଡ. ଶିବରାମ ନାୟକ ଉଦବୋଧନ ଦେଇଥିଲେ। ଏହି ଅବସରରେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରି ଯୋଗ ଓ ପ୍ରାଣାୟମ ଶିକ୍ଷା ଗ୍ରହଣ କରିଥିଲେ। ଶିକ୍ଷକ ବସନ୍ତ କୁମାର ନାଏକ ସଭା ସଂଯୋଜନା କରିଥିଲେ। ଶିକ୍ଷୟିତ୍ରୀ ମନୀଷା ସିଂ, ବିଷ୍ଣୁପ୍ରିୟା ସାମନ୍ତରା, ଘନଶ୍ୟାମ ପ୍ରଧାନ, ବୃଷଭ କୁମାର ଦାଶ ସଭା ପରିଚାଳନାରେ ସହଯୋଗ କରିଥିଲେ।