NH-26 ର ବୁଲାଣି ସ୍ଥାନରେ ନୋଏଣ୍ଟ୍ରି ନେଇ ଜନଅସନ୍ତୋଷ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ତରଫରୁ ଏକ ନିଷ୍ପତ୍ତି ନିଆଯାଇ ଭାରିଯାନ ଚଳାଚଳ ଉପରେ ଏକ ନିୟମ ରଖାଯାଇଛି । ଯାହାକି କେସିଙ୍ଗା ସହର ଭିତରେ ସକାଳ ୮ ଟାରୁ ମଧ୍ୟାହ୍ନ ୧୨ ଏବଂ ଅପରାହ୍ନ ୩ ଟାରୁ ରାତି ୮ ଟା ଯାଏଁ ଭାରିଯାନ ଗାଡ଼ି ଗୁଡ଼ିକ ଚଳାଚଳ କରିପାରିବ ନାହିଁ । ସେଥିପାଇଁ ଜୋଲକୋ ଛକ ଏବଂ ଅମାଠ ଛକ ନିକଟରେ ନୋଏଣ୍ଟି ପଏଣ୍ଟ ରଖାଯାଇଛି । ସେଥିରେ କେସିଙ୍ଗା ଥାନା ପକ୍ଷରୁ ଜଣେ ହୋମଗାର୍ଡ ନିୟୋଜିତ ରହୁଛନ୍ତି ଏବଂ ନୋଏଣ୍ଟ୍ରି ପାଇଁ ହୋଇଥିବା ଧାର୍ଯ୍ୟ ସମୟ ଭିତରେ କେସିଙ୍ଗା ସହରକୁ ଭାରିଯାନ ଗାଡ଼ି ଗୁଡ଼କ ଛଡ଼ା ଯାଉନାହିଁ । ତେବେ ପ୍ରଶାସନର ଏଭଳି ନିୟମକୁ ସାଧାରଣରେ ସ୍ବାଗତ କରାଯାଇଥିଲେ ମଧ୍ୟ ସହର ଭିତରେ ଯେଉଁ ଭଳି ଭାବେ ପ୍ରତିଦିନ ଦିନ ତମାମ ମାଲ ବୋଝେଇ ଗାଡ଼ି ଗୁଡ଼ିକ ଚଳାଚଳ କରୁଛି ତାହାକୁ ନେଇ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଉଛି । କେସିଙ୍ଗା ସହରରେ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଏନ୍ଏଚ ୨୬ର ଜୋଲକୋ ଏବଂ ଅମାଠ ଛକ ନିକଟରେ କରାଯାଇଥିବା ନୋଏଣ୍ଟ୍ରି ନିୟମ ନାମକୁ ମାତ୍ର ବୋଲି ଚର୍ଚ୍ଚା ହେଉଛି ।‌‌ ସେହିପରି ନୋଏଣ୍ଟ୍ରି ପଏଣ୍ଟ କରାଯାଇଥିବା ସ୍ଥାନକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ । ଜୋଲକୋ ଛକ ନିକଟ ବୁଲାଣି ରାସ୍ତାରେ ନୋଏଣ୍ଟ୍ରି ପଏଣ୍ଟ କରାଯାଇ ଭାରି ଯାନ ଗୁଡିକୁ ଅଟକାଇ ରଖାଯାଉଥିବାରୁ ଏନ୍ଏଚ୍ ରେ ଅନ୍ୟ ଗାଡ଼ି ଗୁଡ଼ିକ ଚଳାଚଳ କରିବାରେ ଅସୁବିଧା ହେଉଥିବା ଅଭିଯୋଗ ହେଉଛି । ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ନେବା ପାଇଁ ଦାବି ହେଉଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.