ଇପିଏଫ୍ ପେନସନ୍ ସଂଘର ରାଜ୍ୟ କମିଟି ବୈଠକ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଟକ: ଅଲ୍ ଓଡିଶା ଇପିଏଫ୍ ପେନସନରସ୍ ଆସୋସିଏସନର ରାଜ୍ୟ କମିଟି ବୈଠକ ଖାନନଗର ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ଇପିଏଫ୍ ପେନସନ୍ ଭୋଗୀ ବରିଷ୍ଠ ନାଗରିକ ମାନଙ୍କ ପ୍ରତି କେନ୍ଦ୍ର ସରକାରଙ୍କ କ୍ରମାଗତ ଅବହେଳା ପ୍ରତିବାଦରେ ରାଜ୍ୟ କମିଟି ନିଷ୍ପତି ଅନୁଯାୟୀ ଗତ ଜୁନ ମାସରେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଓଡ଼ିଶାର ୩୦ଗୋଟି ଜିଲ୍ଲାରୁ ୩୦ହଜାରରୁ ଉର୍ଦ୍ଧ ହାତଲେଖା ପୋଷ୍ଟକାର୍ଡ ପଠାଯାଇଥିବାରୁ ରାଜ୍ୟ କମିଟି ତରଫରୁ ସମସ୍ତ ଜିଲ୍ଲା କମିଟି କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଓ ଅଭିନନ୍ଦନ ଜଣାଇ ପ୍ରସ୍ତାବ ଗୃହୀତ ହୋଇଛି। ସର୍ବନିମ୍ନ ମାସିକ ପେନସନ୍ ୯ହଜାର ଟଙ୍କା ସହ ମହଙ୍ଗାଭତ୍ତା ଦେବା, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ବର୍ଦ୍ଧିତ ପେନସନ୍ ପ୍ରଦାନ ଏବଂ ସମସ୍ତ ଇପିଏଫ୍ ପେନସନ ଭୋଗୀ ବରିଷ୍ଠ ନାଗରିକ ମାନଙ୍କୁ ସରକାରଙ୍କ ସ୍ବାସ୍ଥ୍ୟ ବୀମା ଯୋଜନାରେ ସାମିଲ କରିବା ଲାଗି ଏହି ପୋଷ୍ଟକାର୍ଡ ଅଭିଯାନ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବୀ ରଖାଯାଇଛି। ଏହି ସବୁ ଦାବୀ ଗୁଡ଼ିକ ତୁରନ୍ତ ପୂରଣ ନହେଲେ ଆଗାମୀ ଦିନରେ ଇପିଏଫ୍ ପେନସନ୍ ଭୋଗୀ ମାନେ ଆନ୍ଦୋଳନ ଲାଗି ରାଜରାସ୍ତାକୁ ଓହ୍ଲାଇବେ ବୋଲି ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଛି। ପ୍ରସ୍ତାବିତ ଆନ୍ଦୋଳନର ରୂପରେଖ ସ୍ଥିର କରିବା ଲାଗି ଚଳିତ ମାସ ୩୧ତାରିଖ ଦିନ ଭୁବନେଶ୍ଵର ଗୀତଗୋବିନ୍ଦ ସଦନ ଠାରେ ଏକ ରାଜ୍ୟ କନଭେନସନ୍ ଅନୁଷ୍ଠିତ ହେବ। ଏହି କନଭେନସନ୍ ରେ ୩୦ଟି ଜିଲ୍ଲାର ପ୍ରତିନିଧିଙ୍କ ସମେତ କେନ୍ଦ୍ରୀୟ ଶ୍ରମିକ ସଂଗଠନର ନେତୃବୃନ୍ଦ ଯୋଗ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ସଭାପତି ବିଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଉପଦେଷ୍ଟା ରଞ୍ଜନ କୁମାର ଖୁଣ୍ଟିଆ, ସର୍ବ ଭାରତୀୟ ଉପସଭାପତି ତଥା ରାଜ୍ୟ ସାଧାରଣ ସମ୍ପାଦକ ଭାଗ୍ୟଧର ବ୍ରହ୍ମାଙ୍କ ସମେତ ୩୨ ଜଣ ରାଜ୍ୟ ପ୍ରତିନିଧି ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। କର୍ମଚାରୀ ନେତା ସ୍ଵର୍ଗତ ଗୌରାଙ୍ଗ ଚରଣ ଖିଲାରଙ୍କ ସ୍ମୃତି ଉଦ୍ଧେଶ୍ୟରେ ବୈଠକ ଆରମ୍ଭରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.