ମାଟ୍ରିକ ଟପ୍ପର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ନୂଆକରି ମାଟ୍ରିକ ପାସ କରିଥିବା ଛାତ୍ରଛାତ୍ରୀମାନେ କଳାହାଣ୍ଡି ପାଇଁ ଆଗାମୀ ଭବିଷ୍ୟତ। ଏମାନେ ହିଁ ଜିଲ୍ଲାର ବିକାଶରେ ଭାଗିଦାର ହେବା ସହ ଗୋଲାମୁଣ୍ଡାର ପ୍ରଗତିରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ଏଥିପାଇଁ ସେମାନଙ୍କୁ ଟିକେ ଉତ୍ସାହ ଓ ପିଠି ଥାପୁଡ଼େଇବାର କାମ ଆଜିର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ବୋଲି ମୁଖ୍ୟବକ୍ତା ଭାବେ ଯୋଗଦେଇ ଗୋଲାମୁଣ୍ଡା ସିଆରସିସି ତଥା ଯୁବ ଶିକ୍ଷାବିତ ଅଜିତ କୁମାର ପଧାନ ମତପ୍ରକାଶ କରିଛନ୍ତି। ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଛୁଲା ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷାରେ ୮୫%ରୁ ଅଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ ଉଛୁଲା ସାଧନ କେନ୍ଦ୍ର ତରଫରୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଏ୧ ଗ୍ରେଡ ପାଇଥିବା ନିତୁ ଭୋଇ ଏବଂ ଅଞ୍ଜଳି ସୁନାନୀଙ୍କୁ ସମ୍ବର୍ଦ୍ଧନା ଦେବା ସହ ୨୪ଜଣ ଏ୨ ଗ୍ରେଡ ପାଇଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର ଏବଂ ଫଳକ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲବଣୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ସରପଞ୍ଚ ଏବଂ ବଡ଼ଚେରଗାଁ ସିଆରସିସି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଧାନ ଶିକ୍ଷକ ବିଭୂତି ବିଶ୍ଵାଳ ସ୍ବାଗତ ଭାଷଣ ଦେବା ସହ ସଭାପତିତ୍ୱ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକମାନେ ଉପସ୍ଥିତ ଥିଲେ। ଶିକ୍ଷକ ନୀଳମଣି ବେମାଲ କାର୍ଯ୍ୟକ୍ରମ ପରିଚାଳନା କରିଥଲେ। ଚପ୍ରିଆ ଉଚ୍ଚ ବିଦ୍ୟାଳୟ, ବଡ଼ଚେରଗାଁ ହାଇସ୍କୁଲ ଏବଂ ଉଛୁଲାର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମଧ୍ଯ ଆଜିର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.