କଳାହାଣ୍ଡିର ରାଜନୈତିକ ପାଣିପାଗ ସରଗରମ: କଂଗ୍ରେସରେ ସାମିଲ ହେଲେ ୩୦୦ରୁ ଉର୍ଦ୍ଧ୍ୱ ବିଜେଡି ଓ ବିଜେପି କର୍ମୀ!

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ଏସ୍‌ଏନ୍ କନଫରେନ୍ସ ହଲଠାରେ କଂଗ୍ରେସର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଜେଡି ଓ ବିଜେପିର ବ୍ଲକ ଓ ଜିଲ୍ଲାସ୍ତରୀୟ ଅନେକ ନେତା ଓ କର୍ମୀ କଂଗ୍ରେସରେ ସାମିଲ ହୋଇଥିବା ଜଣାପଡିଛି। ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ୩୦୦ରୁ ଉର୍ଦ୍ଧ୍ୱ ବିଜେଡି ଓ ବିଜେପି ନେତା ଏବଂ କର୍ମୀ କଂଗ୍ରେସ ଦଳରେ ଯୋଗ ଦେଇଥିବା ଜଣାପଡିଛି, ଯାହା କଳାହାଣ୍ଡିର ରାଜନୈତିକ ପାଣିପାଗକୁ ସରଗରମ କରିଦେଇଛି। ଦୀର୍ଘ ଦିନ ଧରି ତୃଣମୂଳ ସ୍ତରର ଦଳୀୟ କର୍ମୀ ଓ ନେତାଙ୍କୁ ଅଣଦେଖା କରିବା ଯୋଗୁଁ ବିଜେଡି ଦଳର ନେତା ଓ କର୍ମୀ କଂଗ୍ରେସ ମୁହାଁ ହେଉଥିବା ଚର୍ଚ୍ଚା ହେଉଛି। ଅପରପକ୍ଷରେ ବିରୋଧୀ ଦଳ ନେତା ପ୍ରଦୀପ କୁମାର ନାଏକଙ୍କ ଅସୁସ୍ଥତା ପରେ ଦଳରେ ଗୋଷ୍ଠୀ ମଧ୍ୟରେ କନ୍ଦଳ ବଢୁଥିବା କୁହାଯାଉଛି। ଯେଉଁଥିପାଇଁ ବିଜେପିର ଦଳୀୟ କର୍ମୀ ନିରାଶ ହୋଇ ପଡିଥିବାବେଳେ ଆଜି କଂଗ୍ରେସରେ ସାମିଲ ହୋଇଥିବା ଜଣାପଡିଛି। ତେବେ ଲାଞ୍ଜିଗଡ ବ୍ଲକର ସର୍ବାଧିକ ବିଜେଡି ଓ  କର୍ମୀ କଂଗ୍ରେସରେ ସାମିଲ ହୋଇଥିବା ଚର୍ଚ୍ଚାର ବିଷୟ ପାଲଟିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.