କେସିଙ୍ଗା ବ୍ରାହ୍ମଣ ସମାଜର ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କଳାହାଣ୍ଡି ଜିଲ୍ଲା ବ୍ରାହ୍ମଣ ସମାଜ ଆହ୍ବାନ କ୍ରମେ କେସିଙ୍ଗା ବ୍ଲକ ବ୍ରାହ୍ମଣ ସମାଜର ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ ସ୍ଥାନୀୟ ବୃନ୍ଦାବନ ସାସ୍କୃତିକ ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହେଇଯାଇଛି। ଏଥିରେ କେସିଙ୍ଗା, ଉତ୍କେଳା, ଯୋରାଡୋବ୍ରା, କୁଣ୍ଡାବନ୍ଧ ଓ ଆଖ ପାଖ ଗ୍ରାମର ବ୍ରାହ୍ମଣ ସମାଜର ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ପ୍ରଥମେ ଭଗବାନ ଭଗବାନ ପର୍ଶୁରାମଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ଅର୍ପଣ ଓ ପୂଜାର୍ଚ୍ଚନା ପରେ ବୈଠକ ଆରମ୍ଭ କରାଯାଇ ଥିଲା। ପ୍ରଥମେ ଜିଲ୍ଲା କମିଟିର ପଦାଧିକାରୀମାନେ ବ୍ରାହ୍ମଣ ସମାଜକୁ ଏକ ହୋଇ ସମାଜର ତଥା ଦେଶର ଉନ୍ନତିରେ ଆଗକୁ ଆସିବା ପାଇଁ ଆହ୍ବାନ ଓ ନିବେଦନ କରିଥିଲେ। ଏଥିରେ ଜିଲ୍ଲା କମିଟି ସଭାପତି ଜଗନ୍ନାଥ ମୁଣ୍ଡ, ସାଧାରଣ ସମ୍ପାଦକ ସତ୍ୟନାରାୟଣ ମହାପାତ୍ର, ଜିଲ୍ଲା ସମ୍ପାଦକ ଉମେଶ ଚନ୍ଦ୍ର ପଣ୍ଡା, ଜିଲ୍ଲା ସଂଗଠନ ସମ୍ପାଦକ ଭବେନ୍ଦ୍ର ପଣ୍ଡା ପ୍ରମୁଖ ଅଭିଭାଷଣ ଦେଇ ବ୍ରାହ୍ମଣ ସମାଜର ଉନ୍ନତି ଦିଗରେ ଆଲୋଚନା କରିଥିଲେ। ପରେ କେସିଙ୍ଗା ବ୍ଲକ କମିଟି ଗଠନ ପ୍ରକ୍ରିୟା ଆରମ୍ଭ କରା ଯାଇଥିଲା। ସର୍ବସମ୍ମତିକ୍ରମେ ବ୍ଲକ ସଭାପତି ଭାବରେ ପ୍ରଦୀପ କୁମାର ରଥ, ଉପସଭାପତି ଭାବେ ବସନ୍ତ କୁମାର ପୁରୋହିତ ଓ ପର୍ଶୁରାମ ପାଢି, ସାଧାରଣ ସମ୍ପାଦକ ଭାବରେ ଲଳିତ କୁମାର ଶର୍ମା, ସଂଗଠନ ସମ୍ପାଦକ ଭାବରେ ଜଗଦୀଶ ଖାଡଙ୍ଗା, କୋଷାଧ୍ୟକ୍ଷ ଭାବରେ ଟୁନା ମହାପାତ୍ର ଓ କାର୍ଯ୍ୟକାରୀ ସଭ୍ୟ ଭାବରେ ଭୋଲାନାଥ ପଣ୍ଡା, ମନୋରଞ୍ଜନ ରଥ, ରବି ନନ୍ଦ, ଶଶି ଦେବ ପାଢି ଓ ରାଜେନ୍ଦ୍ର କୁମାର ରଥ ଚୟନୀତ ହୋଇଛନ୍ତି। ସେହିପରି ପର୍ଶୁରାମ ସେନା ବ୍ଲକ ସମ୍ପାଦକ ଭାବରେ ରଞ୍ଜନ କୁମାର ପାଢି ଓ ପ୍ରଜ୍ଞା ବାହିନୀ ସଂଯୋଜିକା ଭାବରେ ରୁବି ଚୌଧୁରୀଙ୍କୁ ଚୟନ କରା ଯାଇଥିଲା। ପରେ ନୂତନ କର୍ମକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧନା ସହିତ ଶପଥ ପାଠ କରାଯାଇ ସଭା ସାଙ୍ଗ କରା ଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.