ଲାଞ୍ଜିଗଡରେ କଂଗ୍ରେସର ମିଶ୍ରଣ ପର୍ବ ଓ ସମ୍ବର୍ଦ୍ଧନା ସଭା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ ବ୍ଲକ ବସନ୍ତପଡାଠାରେ ରବିବାର ଦିନ କଂଗ୍ରେସର ସମ୍ବର୍ଦ୍ଧନା ସଭା ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।ଲାଞ୍ଜିଗଡ ବ୍ଲକର ୫ଗୋଟି ପଞ୍ଚାୟତ; ଛତ୍ରପୁର, ବିଜେପୁର, କମର୍ଦ୍ଧା, ମାଳିଯୁବାଙ୍ଗ ଓ ଲାଖବାହଲିର ୧୦୦ରୁ ଉର୍ଦ୍ଧ୍ବ ବିଜେଡି ଓ ବିଜେପି କର୍ମୀ କଂଗ୍ରେସରେ ଯୋଗ ଦେଇଥିବା ଜଣାପଡିଛି। କଳାହାଣ୍ଡି ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୁଷଣ ବେମାଲ ଓ ଜିଲ୍ଲା ଉପସଭାପତି ପରମାନନ୍ଦ ମାଝୀଙ୍କ ଉପସ୍ଥିତିରେ ଶତାଧିକ ବିଜେଡି ଓ ବିଜେପି କର୍ମୀ କଂଗ୍ରେସରେ ମିଶିଥିବା ବେଳେ ନୂତନ ଭାବେ ଯୋଗଦେଇଥିବା କର୍ମୀ ମାନଙ୍କୁ ପୁଷ୍ପଗୁଛ ଓ ଉପଢୈାକନ ଦେଇ ଦଳକୁ ସ୍ୱାଗତ କରି ସମ୍ବର୍ଦ୍ଧନା କରାଯାଇଥିଲା। ଏହି ଅବସରରେ କଂଗ୍ରେସର ସମସ୍ତ କର୍ମୀ ଏକଜୁଟ ହେବାର ଆବଶ୍ୟକତା ରହିଛି, ଆଗାମି ୨୦୨୪ ବିଧାନସଭା ନିର୍ବାଚନରେ କିଭଳି ବିପୁଳ ଭୋଟରେ ଆମ ପ୍ରାଥୀ ବିଜୟଲାଭ କରିବ ସେ ନେଇ ଅଞ୍ଚଳର ବିକାଶ ଦିଗରେ କାମ କରିବାର ଆବଶ୍ୟକତା ରହିଛି ବୋଲି କଂଗ୍ରେସ ଜିଲ୍ଲା ସଭାପତି ଶ୍ରୀ ବେମାଲ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ଲାଞ୍ଜିଗଡ ବ୍ଲକ କଂଗ୍ରେସ ସଭାପତି ହରିହର କୁମାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କର୍ମୀ ସମ୍ମିଳନୀ ତଥା ମିଶ୍ରଣପର୍ବ ଅନୁଷ୍ଠିତ ହୋଇଥିବା ବେଳେ କଂଗ୍ରେସର ବରିଷ୍ଠ ଯୁବନେତା ତଥା ବସନ୍ତପଡା ସରପଞ୍ଚ ଚାଞ୍ଚେର ମାଝୀ, ରାଜେନ୍ଦ୍ର ମାଳି, ଗୋପାଳଦାସ ମହାନନ୍ଦ, ବିଜୟ ନାଏକଙ୍କ ତତ୍ୱାବଧାନରେ ଏହି ସମ୍ବର୍ଦ୍ଧନା ଉତ୍ସବ ଓ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଥିଲା। ଗୋପାଳ ଦାସ ମହାନନ୍ଦ ମଞ୍ଚ ପରିଚାଳନା କରିଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ, ଗତ ୧୯ ତାରିଖ ଦିନ ମଧ୍ୟ ଲାଞ୍ଜିଗଡ଼ ଅଞ୍ଚଳର ଶତାଧିକ ବିଜେଡି ଓ ବିଜେପି କର୍ମୀ ଭବାନୀପାଟଣାରେ ଭକ୍ତ ଦାଶଙ୍କ ତତ୍ତ୍ଵାବଧାନରେ କଂଗ୍ରେସରେ ସାମିଲ ହୋଇଥିଲେ। ବର୍ତ୍ତମାନ ମଧ୍ୟ ବସନ୍ତପଡାଠାରେ ଆୟୋଜିତ କଂଗ୍ରେସର ମିଶ୍ରଣ ପର୍ବରେ ୧୦୦ରୁ ଉର୍ଦ୍ଧ୍ବ କର୍ମୀ ସାମିଲ ହୋଇଥିବାରୁ ଲାଞ୍ଜିଗଡ଼ର ରାଜନୈତିକ ପାଣିପାଗ ସରଗରମ ରହିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.