ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କେସିଙ୍ଗା ସହରରେ ଘଟି ଯାଇଥିବା ବହୁ ଚର୍ଚ୍ଚିତ ଭୂଷଣ ହତ୍ୟା କାଣ୍ଡକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି। କେସିଙ୍ଗା ଏକ ଭାଇ ଚାରାର ସହର। ସହରରେ ଏପରି ହତ୍ୟାକାଣ୍ଡ ଘଟଣା ଘଟିବା ଦୂର୍ଭାଗ୍ୟଜନକ କଥା। ଏହାର ଉଚିତ୍ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କେସିଙ୍ଗା ବିଜେପିର ଏକ ଟିମ୍ ସଭାପତି ମଗନ୍ ସିନ୍ଦୁରଙ୍କ ନେତୃତ୍ୱରେ କେସିଙ୍ଗା ଥାନାକୁ ଯାଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଥାନା ଅଧିକାରୀଙ୍କ ଜରିଆରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରଶାନ୍ତ ବାନାର୍ଜୀ, ଧରଣୀ ନାଏକ, ସରିତା ସିନ୍ଦୁର ଓ କଳାହାଣ୍ଡି ଲୋକସଭା ସାଂସଦଙ୍କ କେସିଙ୍ଗା ଏନଏସି ପ୍ରତିନିଧି ଗୋବିନ୍ଦ ବନଛୋର ପ୍ରମୁଖ ଉପସ୍ଥିତ ଥିଲେ।