ମାଓବାଦୀଙ୍କ ନାଁରେ ଅର୍ଥ ଆଦାୟ: ପୋଷ୍ଟର ମାରି ମୃତ୍ୟୁଦଣ୍ଡ ଚେତାବନୀ ଦେଲେ ଲାଲ୍ ବାହିନୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ମାଓବାଦୀଙ୍କ ନାଁରେ ଜଣେ ବ୍ୟକ୍ତି ଦଶଲକ୍ଷ ଟଙ୍କା ହଡ଼ପ କରିଥିବା ନେଇ ଅଭିଯୋଗ କରିବା ସହିତ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦେବାକୁ ଚେତାବନୀ ସହ ପୋଷ୍ଟର ଜାରି କରିଛି ମାଓ ସଂଗଠନ । ଆଜି ସକାଳୁ ନର୍ଲା ଥାନା ଅନ୍ତର୍ଗତ କଦମ୍ବଗୁଡ଼ା ଗ୍ରାମପଞ୍ଚାୟତର କଦମ୍ବଗୁଡ଼ା ଛକ, ଖିକ୍ସାଭଟା ଅଙ୍ଗନବାଡ଼ି କେନ୍ଦ୍ର, ସିକେରକୁପା ବିଶ୍ରାମାଗାର ଓ ଲାଞ୍ଜିଗଡ଼ରୋଡ଼ ଜୁନିୟର କଲେଜ୍ କାନ୍ଥରେ ଏ ସଂପର୍କିତ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାଓବାଦୀଙ୍କ ବାଂଶଧାରା ଘୁମୁସର ନାଗାବଳୀ ଡିଭିଜନାଲ କମିଟି ପକ୍ଷରୁ ଲଗାଯାଇଥିବା ପୋଷ୍ଟର ଗୁଡ଼ିକରେ କଦମ୍ବଗୁଡ଼ା ଗ୍ରାମପଞ୍ଚାୟତ ବାଲାପଦର ଗାଁର ପିତାମ୍ବର ମାଝୀ ନାମକ ଜଣେ ବ୍ୟକ୍ତିକୁ ଟାର୍ଗେଟ୍ କରାଯାଇଛି । ମାଓ ସଂଗଠନ ନାଁରେ ଠିକାଦାରମାନଙ୍କଠାରୁ ଅର୍ଥ ଆଦାୟ କରିବା ସହ ଦଶଲକ୍ଷ ଟଙ୍କା ନିଜେ ରଖି ଦେଇଥିବା ଅଭିଯୋଗ କରି ତାଙ୍କୁ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦେବାକୁ ଚେତାବନୀ ଦିଆଯାଇଛି । କଦମ୍ବଗୁଡ଼ାରେ ଗତ ୨୦୧୭ ମସିହାରେ ଜଣେ ଠିକାଦାରଙ୍କ ମିକ୍ସଚର ମେସିନ୍ ପୋଡ଼ିଦେବା ସହିତ ଠିକାଦାରଙ୍କ କ୍ୟାମ୍ପରେ ଭଙ୍ଗାରୁଜା କରିଥିଲେ ମାଓବାଦୀମାନେ । ଏହା ପରେ ପରେ ଧାନବାହାଲି ଓ ବାଲାପଦର ଗାଁର ଦୁଇଜଣ ବ୍ୟକ୍ତିଙ୍କୁ ସନ୍ଦେହରେ ପୁଲିସ ଅଟକ ରଖିଥିବାବେଳେ ପ୍ରମାଣ ଅଭାବରୁ ଛାଡ଼ି ଦେଇଥିଲେ । ତେବେ ଆଜି କଦମ୍ବଗୁଡା ସମେତ ସିକେରକୁପା, ଲାଞ୍ଜିଗଡରୋଡ କଲେଜ ସାମ୍ନାର ମୁଖ୍ୟ ରାସ୍ତାରେ ପୋଷ୍ଟର ଲାଗିବା ପରେ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ଏ ସମ୍ପର୍କରେ ଖବର ମିଳିବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.