ନେହେରୁ ଯୁବକେନ୍ଦ୍ର ପକ୍ଷରୁ କାର୍ଗିଲ ଦିବସ ପାଳନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ତ ଶାଖା ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ କାର୍ଗିଲ ଦିବସ ବାନ୍ଦୋପଳା ସ୍ଥିତ ଇକୋଲୋଜିକାଲ ପାର୍କ ଠାରେ ପାଳିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ନେହେରୁ ଯୁବକେନ୍ଦ୍ର ଅଧିକାରୀ ପ୍ରସନ୍ନ ମେହେର, ଲେଖାପାଳ ଦୂତିଆ ବନ୍ଦିଛୋଡ ଯୋଗଦେଇ କାର୍ଗିଲ ଯୁଦ୍ଧରେ ସହିଦ ହୋଇଥିବା ବୀର ସହିଦ ମାନଙ୍କ ସୃତି ଚାରଣ କରିଥିଲେ । ସହିଦ ସ୍ତମ୍ବ ରେ ଅତିଥିମାନେ ପୁଷ୍ପ ମାଲ୍ୟ ଦେଇ ପୂଜାର୍ଚ୍ଚନା କରିଥିଲେ । ନେହେରୁ ଯୁବକେନ୍ଦ୍ରର ସଦସ୍ୟ ମାନେ ସୃତି ସ୍ତମ୍ବର ଆଖପାଖ ସଫା କରିବାସହ ସେଥିରେ ଚୁନ ବୋଳିଥିଲେ । ସନ୍ଧ୍ୟା ରେ ସମସ୍ତ ସ୍ବେଛାସେବୀମାନେ ଯୋଗଦେଇ ସୃତି ସ୍ତମ୍ଭରେ ପୁଷ୍ପମାଲ୍ୟ ଦେଇ କାର୍ଗିଲ ଦିବସ ପାଳନ କରିଥିଲେ । ଏହି ଅବସରରେ ସଂଗଠନ ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅଞ୍ଚଳର ଖୋଲା ସ୍ଥାନରେ ଆଗାମୀ ଦିନରେ ବ୍ୟାପକ ପରିମାଣରେ ବୃକ୍ଷ ରୋପଣ କରିବାପାଇଁ ସମସ୍ତ ସ୍ବେଛାସେବୀ ମତ ପ୍ରକାଶ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜାତୀୟ ସ୍ବେଛାସେବୀ ଅଭିଷେକ ବେହେରା, ଯଶୋବନ୍ତ ରଣା ଓ ସମସ୍ତ ବ୍ଲକର ଜାତୀୟ ସ୍ବେଛାସେବୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.