ବର୍ଷାର ଲୁଚକାଳି ଖେଳ, ଜମି ଫାଟି ଆଁ କଲାଣି

ମରୁଡି ଆଶଙ୍କାରେ ଗୋଲାମୁଣ୍ଡା ବ୍ଲକର ଚାଷୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ବର୍ଷାର ଲୁଚକାଳି ଖେଳ ପାଇଁ ଜମି ଫାଟି ଆଁ କରିଥିବା ବେଳେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିବାରୁ ବ୍ଲକର ଚାଷୀ ଚିନ୍ତାରେ ଅଛନ୍ତି । ଗତ ଜୁଲାଇ ମାସ ମଧ୍ୟ ଭାଗରେ ଗୋଲାମୁଣ୍ଡା ବ୍ଲକରେ ସଠିକ ପରିମାଣରେ ବର୍ଷା ଯୋଗୁଁ ଚାଷୀ ରୂଆବେଉଷଣ କାର୍ଯ୍ୟରେ ମଜି ଯାଇଥିଲା । ବ୍ଲକର ୫୦ ପ୍ରତିଶତ ଅଳରେ ରୂଆବେଉଷଣ କାର୍ଯ୍ୟ ସରିଯାଇଥିବା ବେଳେ ଜୁଲାଇ ମାସର ଶେଷ ସପ୍ତାହରୁ ର୍ବମାନ ଅଗଷ୍ଟ ମାସର ପ୍ରଥମ ସପ୍ତାହ ସରିବାକୁ ବସିଲାଣି କିନ୍ତୁ ବର୍ଷା ଉଭାନ ହୋଇଯାଇଛି । ବର୍ତ୍ତମାନ ଶ୍ରାବଣ ମାସ ହୋଇଥିବା ବେଳେ ଏହି ସମୟରେ ବର୍ଷା ଲାଗି ରହିବା କଥା କିନ୍ତୁ ଶ୍ରାବଣ ମାସରେ ବୈଷାଖ ମାସର ତାତି ଅନୁଭୁତ ହେଉଛି । ବର୍ତ୍ତମାନ ଯେତିକି ଜମିରେ ଚାଷକାର୍ଯ୍ୟ ହୋଇଯାଇଛି ସେସବୁରେ ପାଣିର ଅଭାବ ଯୋଗୁଁ ଜମି ଫାଟି ଆଁ କଲାଣି । ଗୋଲାମୁଣ୍ଡା ବ୍ଲକର ୨୮ ଗୋଟି ଗ୍ରାମପାୟତରେ ଆବଶ୍ୟକଠାରୁ କମ ବର୍ଷା ହେଇଥିବାରୁ ଚାଷୀମାନେ ଘୋର ଚିନ୍ତାରେ । କେତେକ ଅଞ୍ଚଳରେ ଚାଷୀଙ୍କ ଧାନ ତଳିଗୁଡିକ ବର୍ଷା ଅଭାବରୁ ଶୁଖି ଗଲାଣି । ଜମିରେ ରୂଆ ହୋଇଥିବା ଧାନ ଓ ବୁଣା ଧାନ ମଧ୍ୟ ପାଣି ଅଭାବରୁ ଠିକ ଭାବରେ ବଢି ନପାରି ମରିବାକୁ ଲାଗିଲାଣି । ଅନ୍ୟପକ୍ଷରେ ବ୍ଲକର ରାମଚନ୍ଦ୍ରପୁର, କରଞ୍ଜକୋଟ, ପଦ୍ମପୁର, ଫରଙ୍ଗ ସହ ଅନ୍ୟ ସ୍ଥାନ ମାନଙ୍କରେ ଥିବା କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ଗୁଡିକରେ ପାଣି ଭାବରୁ ଖାଲି ପଡିଛି । ସାଧାରଣତଃ ଶ୍ରାବଣ ମାସର ବର୍ଷାରେ ନଦି ନାଳ ଓ ଡ୍ୟାମ ଗୁଡିକ ପରିପୂର୍ଣ୍ଣ ହୋଇଥାଏ ଯାଦ୍ୱାରାକି ଚାଷୀ ଶ୍ରାବଣ ମାସ ପରେ ଧାନ ଚାଷ ପାଇଁ ପାଣି ଦରକାର ହେଲେ ନଦି ନାଳ ଓ ଡ୍ୟାମରୁ ପାଣି ଲଗାଇଥାଏ । ଚଳିତ ବର୍ଷ ନଦି ନାଳ ଓ ଡ୍ୟାମ ଗୁଡିକରେ ମଧ୍ୟ ଜଳସ୍ଥର କମ ରହିଛି ଯାହାକି ଚାଷୀଙ୍କ ସମସ୍ୟାକୁ ଦୁଇ ଗୁଣିତ କରିଛି । ବର୍ତ୍ତମାନ ସମୟରେ ଚାଷୀ ରୂଆବେଉଷଣ କାର୍ଯ୍ୟରେ ମଜିଯିବା କଥା କିନ୍ତୁ ବର୍ଷା ଅଭାବ ଯୋଗୁଁ ଚାଷୀ କେବଳ ଭସାବାଦଲକୁ ଚାହିଁ ବସିଛି । ଚାଷୀ ଧାନ କରଜ କରି ବିହନ ରାସାୟନିକ ସାର କିଣିଥିବା ବେଳେ ବିଗତ କେତେକ ବର୍ଷ ହେଲା ଗୋଲାମୁଣ୍ଡା ବ୍ଲକର ଚାଷୀ ଧାନ ଚାଷ କରି ମରୁଡିର ସମ୍ମୁଖୀନ ହୋଇ ତାଙ୍କର ସାର ଓ ବିହନ ଖର୍ଚ୍ଚ ମଧ୍ୟ ବାହାରି ପାରିନଥିବା ବେଳେ ଚଳିତ ବର୍ଷ ମଧ୍ୟ ଏପରି ପରିସ୍ଥିତି ଦେଖାଦେଲେ ଚାଷୀଙ୍କୁ ସାର ଓ ବିହନ ଖର୍ଚ୍ଚ ମିଳିବ କି ନାହିଁ ଆଶଙ୍କାରେ ଅଛନ୍ତି ବ୍ଲକର ଚାଷୀ । ଆଗମୀ ୧୦ ଦିନ ମଧ୍ୟରେ ଯଦି ସଠିକ ପରିମାଣରେ ବର୍ଷା ନହେଲେ ଚଳିତ ବର୍ଷ ମଧ୍ୟ ଗୋଲାମୁଣ୍ଡା ବ୍ଲକର ଚାଷୀ ଭୟାବହ ମରୁଡିର ସମ୍ମୁଖୀନ ହେବେ ବୋଲି ବ୍ଲକର ଚାଷୀ ମହଲରେ ଚର୍ଚ୍ଚା ଯୋର ଧରିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.