ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସରିଆଁ ଗ୍ରାମରେ ପତଞ୍ଜଲି ଯୁବା ଭାରତ , ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି, ଓ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁର ସହଯୋଗରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସରିଆଁର ଖେଳ ପଡିଆ ପରିସରରେ ବୃକ୍ଷରୋପଣ କରି ଜଡିବୁଟି ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେର, ସମ୍ମାନିତ ଅତିଥି ଭାବରେ ଭାରତୀୟ ସେନାର ଅମିତ କୁମାର ସାହୁ ପ୍ରମୁଖ ଯୋଗଦାନ କରି ମାର୍ଗଦର୍ଶନ ଦେଇଥିଲେ । ଅନୁଷ୍ଠାନର ସମ୍ପାଦକ ମିଲନ କୁମାର ଭୋଇ, ଉପ ସଭାପତି ସୁକଦେବ ସାହୁ, ସଂଯୋଜକ ପ୍ରତ୍ୟୁଷ ଭୋଇ, ଅସୀମ ଭୋଇ, ସୌରଭ ଭୋଇ, ଭକ୍ତ ବିଶ୍ୱାଳ, ତାପସ ଭୋଇ, ଅଜିତ ନାୟକ ଏବଂ ସମସ୍ତ ସଦସ୍ୟ ତଥା ନେହରୁ ଯୁବ କେନ୍ଦ୍ର କଳାହାଣ୍ଡିର ଯୁବ ସ୍ବେଛାସେବୀ ଶମ୍ଭୁ ନାୟକ ପ୍ରମୁଖ ଉପସ୍ଥିତ ରହି ଔଷଧୀୟ ବୃକ୍ଷ ରୋପଣ କରିବା ସହ ଜଡ଼ିବୁଟି ଦିବସ ପାଳନ କରିଥିଲେ ।