ମହାବୀର ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା ନିର୍ବାଚନ ଓ ପ୍ରତିଭା ଚୟନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ମହାବୀର ସାଂସ୍କୃତିକ ଅନୁଷ୍ଠାନ ଭବାନୀପାଟଣାର ବାର୍ଷିକ ସାଧାରଣ ବୈଠକ, ପ୍ରତିଭା ଚୟନ ଓ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠାନର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ଜୟନ୍ତ ବେହେରା, ଉପସଭାପତି ଶାନ୍ତନୁ ବେହେରା, ସାଧାରଣ ସମ୍ପାଦକ ସତ୍ୟନାରାୟଣ ସିଂହ, ସଂଯୁକ୍ତ ସାଧାରଣ ସମ୍ପାଦକ ସଞ୍ଜୀବ ସିଂହ, କୋଷାଧ୍ୟକ୍ଷ ପ୍ରଦୀପ ସିଂହ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସାଧାରଣ ସମ୍ପାଦକ ସତ୍ୟନାରାୟଣ ସିଂହ ବିଗତ ସାଧାରଣ ସଭାର ବିବରଣୀ, ବିଗତ ବର୍ଷର କାର୍ଯ୍ୟ ବିବରଣୀ ଉପସ୍ଥାପନ କରିଥିଲେ। କୋଷାଧ୍ୟକ୍ଷ ପ୍ରଦୀପ ସିଂହ ଅଡିଟ ରିପୋର୍ଟ ଉପସ୍ଥାପନ କରିଥିଲେ। ଚଳିତ ବର୍ଷ ଘୁମୁରା କଳାକାର ସନ୍ତୋଷ ବେହେରା, କରୁଣାକର ଗଉଡ, କମ୍ବୁପାଣି ବାଗ, ସାହିତ୍ୟରେ ଡ. ନୃପରାଜ ସାହୁ, ସମାଜସେବା କ୍ଷେତ୍ରରେ ଡା. ସଦାନନ୍ଦ ପାଣିଗ୍ରାହୀ, କୃଷିରେ ପ୍ରାଣ ରଞ୍ଜନ ବେହେରା, ଚିତ୍ରକଳାରେ ପୃଥ୍ୱୀରାଜ ସିଂହଦେଓ, କ୍ରୀଡାରେ ରାଧାଦାମୋଦର ପାତ୍ର, ସଙ୍ଗୀତରେ ଶଶାଙ୍କ ଶେଖର ମହାପାତ୍ର, ଗୀତିକାର ସୁବାସ ବିଶି, ମଞ୍ଚ କଳାକାର ସୁଧୀର ରଥ, ସାମ୍ବାଦିକ ରବୀନ୍ଦ୍ର ମିଶ୍ର, ଲୋକନାଟକ ଅଧ୍ୟାପକ ଶୈଳେନ୍ଦ୍ର ଆଚାର୍ଯ୍ୟ, କଲାହାଣ୍ଡି ଯୁବ ପ୍ରତିଭା ସମ୍ମାନ ଅଧ୍ୟାପିକା ଲିପ୍ସାମୟୀ ଦୁବେ, ମହାବୀର ଯୁବ କଳାକାର ସମ୍ମାନ (ସଙ୍ଗୀତଜ୍ଞ ଅରମାନ୍ ଖାନ ସ୍ମୃତି ସମ୍ମାନ) ଦିବ୍ୟାନନ୍ଦ କର, ଶୁଧାଂଶୁ, ଗୀତାଞ୍ଜଳୀ ବିଶି, କୃତୀ ସଭ୍ୟ ସୁରେଶ ଥାନାପତି, ସ୍ଵତନ୍ତ୍ର ସମ୍ମାନରେ ସାବିର ହୁସେନଙ୍କୁ ସମ୍ମାନିତ କରାଯିବା ନେଇ ସୂଚନା ଦିଆଯାଇଥିଲା। ସାଧାରଣ ସଭାର ଦ୍ୱିତୀୟ ଅଧିବେଶନରେ ସନ୍ତୋଷ ପଣ୍ଡା, ଗୋପାଳସ୍ବାମୀ ବୈଠାରୁଙ୍କ ପରିଚାଳନାରେ ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା। ଜୟନ୍ତ ବେହେରା ସଭାପତି, ଶାନ୍ତନୁ ବେହେରା ଉପସଭାପତି, ସତ୍ୟନାରାୟଣ ସିଂହ ସାଧାରଣ ସମ୍ପାଦକ, ସଞ୍ଜୀବ ସିଂହ ସଂଯୁକ୍ତ ସାଧାରଣ ସମ୍ପାଦକ, ପ୍ରଦୀପ ସିଂହ କୋଷାଧ୍ୟକ୍ଷ, ସୁଶାନ୍ତ ସିଂହ ନାଟ୍ୟ ସମ୍ପାଦକ, ସୁଶୀଲ ଗହୀର କ୍ରୀଡା ସମ୍ପାଦକ, କାର୍ଯ୍ୟକାରୀ କମିଟି ସଭ୍ୟ ଭାବେ ଅଶ୍ବିନୀ ନେଗୀ, ସୁବୋଧ ପଣ୍ଡା, ଜଗଦୀଶ ମଣ୍ଡଳ, ରାଜେନ୍ଦ୍ର ବେହେରା, କାର୍ତ୍ତିକେଶ୍ଵର ପଣ୍ଡା, ବିଷ୍ଣୁ ପ୍ରଧାନ, ସଞ୍ଜୟ କୁମାର, କ୍ଷୀରସିନ୍ଧୁ ନାଏକ ନିର୍ବାଚିତ ହୋଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.