ଓଡି଼ଶା ସାହିତ୍ୟ ଏକାଡେମୀ ପକ୍ଷରୁ ଦେଶାତ୍ମବୋଧକ କବିତା ଆସର

ଓଡ଼ିଆ ବାର୍ତ୍ତା/ ଗୁଣପୁର: ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଗୁଣପୁର ସରସ୍ଵତୀ ଶିଶୁମନ୍ଦିରଠାରେ ସ୍ୱରଚିତ ଦେଶାତ୍ମବୋଧକ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅତିଥିଭାବେ ଗୁଣପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସୂର୍ଯ୍ୟନାରାୟଣ ପଣ୍ଡା, ରାମନାଗୁଡ଼ାବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଜନ ମଲ୍ଲିକ, ଶିଶୁମନ୍ଦିରର ସମ୍ପାଦକ ସୋମନାଥ ଗଉଡ, ଶିକ୍ଷାବିତ୍ ଗୋବିନ୍ଦ ସେନାପତି, ଆୟୋଜକ ପ୍ରତାପକୁମାର ରାୟ ଓ ସଂଯୋଜକ ରମେଶ ମିଶ୍ର ମଞ୍ଚାସୀନ ଥିଲେ। ସରସ୍ଵତୀ ଶିଶୁ ମନ୍ଦିରର ବିଦ୍ୟାର୍ଥୀମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତଗାନ କରାଯାଇଥିଲା। କବି ଅଶ୍ୱିନୀକୁମାର ତ୍ରିପାଠୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କବିତା ଗୁଡିକୁ ବେବୀରାଣୀ ନନ୍ଦ ଓ ପ୍ରମୋଦ କୁମାର ପଣ୍ଡା ସଂଯୋଜନା କରିଥିବା ବେଳେ ଗୁରୁଜୀ ଘୁଙ୍ଗୁଡ଼ରାମ ପାତ୍ର ବନ୍ଦେମାତରମ ଗାନ କରିଥିଲେ। ଏହି କବିତା ଆସରରେ ମୋଟ ତେଇଶି ଗୋଟି ଦେଶାତ୍ମବୋଧକ କବିତା ପାଠ କରା ଯାଇଥିଲା। ବରିଷ୍ଠ କବି ସୀମାଞ୍ଚଳ କର, ସହଦେବ ରଥ, ନରସିଂହ ଶତପଥୀ, କୈଳାଶ ଦାଶ, ସଂଯୁକ୍ତା ତ୍ରିପାଠୀ, ଶାନ୍ତିଲତା ରଥ, ନରସିଂହ ପଟ୍ଟନାୟକ, ଗାୟତ୍ରୀକୁମାରୀ ମିଶ୍ର, ଦୂର୍ଗା ପ୍ରସାଦ ଶତପଥୀ, ଦୂର୍ଗାପ୍ରସାଦ ପାଣିଗ୍ରାହୀ ଓ ଅନ୍ୟାନ୍ୟ କବି କବିତା ପାଠ କରିଥିବା ବେଳେ ସନ୍ତୋଷ କୁମାର ମିଶ୍ର ଓ ନୀଳ ମାଧବ ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ ବରିଷ୍ଠ କବି ପ୍ରଭାତ କୁମାର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.