ରାଷ୍ଟ୍ରଦୀପ ପକ୍ଷରୁ ଇ-କବିତା ଆସର ‘ବନ୍ଦେ ମାତରମ୍’

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ରାଷ୍ଟ୍ରଦୀପ ପକ୍ଷରୁ ସ୍ବତନ୍ତ୍ରତାର ଅମୃତ ମହୋତ୍ସବ ପାଳନ ଅବସରରେ ଅଖଣ୍ଡ ଭାରତ ସଂକଳ୍ପ ଦିବସ ଉପଲକ୍ଷେ ରାଷ୍ଟ୍ରଦୀୟ ଇ- କବିତା ଆସର ବନ୍ଦେ ମାତରମ୍ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରଦୀପର ସହ ସମ୍ପାଦିକା ପ୍ରଜ୍ଞା ପରିମିତା ଆଚାର୍ଯ୍ୟ ଦ୍ବିବେଦୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସ୍ୱତନ୍ତ୍ରତାର ଅମୃତ ମହୋତ୍ସବ, ଅଖଣ୍ଡ ଭାରତର ସଂକଳ୍ପ ଓ ବନ୍ଦେ ମାତରମ୍ ବିଷୟରେ ବକ୍ତବ୍ୟ ପ୍ରଦାନ କରି ଭାରତ ପରତନ୍ତ୍ର, ସ୍ବତନ୍ତ୍ରତା ଆନ୍ଦୋଳନ, ଦେଶ ପାଇଁ ପ୍ରାଣ ବଳି ଦେଇଥିବା ଅଗଣିତ ବୀର ଓ ବୀରଙ୍ଗନାଙ୍କୁ ସ୍ମରଣ କରିବା ସହିତ ବଳିଦାନୀମାନଙ୍କୁ ସମ୍ମାନ ପ୍ରଦର୍ଶନପୁର୍ବକ ତାଙ୍କର ଅମରଗାଥା ଓ ବଙ୍କିମ ଚନ୍ଦ୍ର ଚାଟ୍ଟାର୍ଜୀଙ୍କ ସ୍ୱାଧୀନତା ଆନ୍ଦୋଳନରେ ଯୋଗଦାନ ଓ ବନ୍ଦେ ମାତରମ୍ ରଚନା ଓ ସ୍ୱାଧୀନତା ସଂଗ୍ରାମରେ ବନ୍ଦେ ମାତରମ୍ ର ପ୍ରଭାବ ଏବଂ ସମ୍ପ୍ରତି ସମଗ୍ର ଦେଶରେ ହର୍ଷ ଉଲ୍ଲାସରେ ପାଳନ ହେଉଥିବା ସ୍ବତନ୍ତ୍ରତାର ଅମୃତ ମହୋତ୍ସବ ସମ୍ପର୍କରେ ସବିଶେଷ ଆଲୋଚନା କରି ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଝରଣା ପାଢ଼ୀ ମା ସରସ୍ଵତୀଙ୍କ ବନ୍ଦନା ଗାନ କରିବା ପରେ ରାଷ୍ଟ୍ରଦୀପର କଳାହାଣ୍ଡି ଜିଲ୍ଲା କାର୍ଯ୍ୟକର୍ତ୍ତା ମନୋଜ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଓ ଆକାଶବାଣୀ ଭବାନୀପାଟଣାର ବରିଷ୍ଠ ଉପସ୍ଥାପିକା ସୁମତି ମୁଣ୍ଡଙ୍କ ସଂଯୋଜନାରେ ଆୟୋଜିତ ଏହି ଆସରରେ ବର୍ଷିୟାନ କବି ଜଗଦୀଶ୍ୱର ମୁଣ୍ଡ, ଧବଳେଶ୍ବର ପାତ୍ର, ସ୍ୱାମୀ ଜୟଦେବ ଭରତୀ, ଭୁବନେଶ୍ୱର ପୁରୋହିତ, ସାଗର କୁମାର ବୈଠାରୁ, ବିଘ୍ନେଶ୍ୱର ଯୋଷି, ପ୍ରମୋଦ କୁମାର ଠାକୁର, କବୟିତ୍ରୀ ସୁଦେଷ୍ଣl ପଣ୍ଡା, ରୀତା ପଟ୍ଟଯୋଶୀ, ଝରଣା ପାଢ଼ୀ, ସଂଯୁକ୍ତା ପରିଛା, ସୁରୁଚି ମିଶ୍ର, ସ୍ଵର୍ଣ୍ଣକାନ୍ତି ପତି, ନାହେଦା ଶାହୀନ ଓ ପ୍ରତିମା ମେହେର ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଅନ୍ୟମାନନଙ୍କ ମଧ୍ୟରେ କଳ୍ପନା ରଥ, କବି ବିରଞ୍ଚି ନାରାୟଣ ମୁଣ୍ଡ, ମମତାଞ୍ଜଳି ପଣ୍ଡା ଯୋଗ ଦେଇଥିଲେ । କବି ହେମନ୍ତ ମୁଣ୍ଡ ଧନ୍ୟବାଦାର୍ପଣ କରିଥିଲେ । ପରେ ଶାନ୍ତି ପାଠ ଓ ବନ୍ଦେ ମାତରମ୍ ଗାନ ପରେ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.