ବହୁମୂଖୀ ବନ୍ୟା ବାତ୍ୟା ଆଶ୍ରୟସ୍ଥଳୀରେ ତାଲିମ ଶିବିର

ଓଡ଼ିଆ ବାର୍ତ୍ତା/ ନବରଙ୍ଗପୁର (କାମିନୀ ରଞ୍ଜନ ପାଣ୍ଡେ): ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଦଶହରା ପଦା ଠାରେ ଥିବା ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳୀରେ ପଚିଶ ଜଣ ସଭ୍ୟ ସଭ୍ୟାଙ୍କୁ ନେଇ ଆଶ୍ରୟ ସ୍ଥଳୀର ରକ୍ଷଣା ବେକ୍ଷଣ, ପରିଚାଳନା, ନଥିପତ୍ର ଲିଖନ ଏବଂ ପ୍ରାଥମିକ ଚିକିତ୍ସା ସମ୍ବନ୍ଧୀୟ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ନବରଗଂପୁର ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ କାର୍ଯ୍ୟକ୍ରମ ଶୁଭ ଉଦଘାଟନ କରିବାସହ ଉପସ୍ଥିତ ଥିବା ସଭାର ସମସ୍ତ ସଭ୍ଯମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଜେ ସୁରକ୍ଷିତ ରହିବା ସହ ଅନ୍ୟ ମାନଙ୍କୁ କିପରି ସୁରକ୍ଷିତ ରଖିବେ ସେନେଇ ମାର୍ଗ ଦର୍ଶନ ଦେଇଥିଲେ। ପ୍ରାକୃତିକ ବିପର୍ଯ୍ୟୟ ସମ୍ବନ୍ଧରେ ନିଜେ ସଚେତନ ରହିବା ସହିତ ଅନ୍ୟଙ୍କୁ ସଚେତନ କରିବା ଦ୍ୱାରା ଅନେକ ସମସ୍ୟା ଆପେ ଆପେ ଦୂର ହୋଇଯାଇଥାଏ ବୋଲି ସେ ପ୍ରକାଶ କରିଥିଲେ। ବିପର୍ଯ୍ୟୟ ଆସିବା ପୂର୍ବରୁ , ବିପର୍ଯ୍ୟୟ ସମୟରେ ଏବଂ ବିପର୍ଯ୍ୟୟ ପରବର୍ତ୍ତୀ ସମୟରେ ସ୍ଥାନୀୟ ଜନସାଧାରଣ, ଗୃହପାଳିତ ପଶୁ ପକ୍ଷୀ ଯଥା ଜୀବନ ଜୀବିକା କିପରି ସୁରକ୍ଷିତ ହୋଇପାରିବ ସେଥିପାଇଁ ପ୍ରାକୃତିକ ବିପର୍ଯ୍ୟୟ ସମ୍ବନ୍ଧରେ ସ୍ଵତନ୍ତ୍ର ଭାବେ ପ୍ରଶିକ୍ଷଣ ନେଇଥିବା ଗଂଜାମ ଜିଲ୍ଲାରୁ ଆସିଥିବା ଦୁଇ ଜଣ ପ୍ରଶିକ୍ଷକ ତ୍ରିଲୋଚନ ପ୍ରଧାନ ଏବଂ ଅଶୋକ ରାଉଳ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କୁ ପ୍ରଶିକ୍ଷଣ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ନବରଙ୍ଗପୁର ପୌରଧକ୍ଷ କୁନୁ ନାୟକ, ପୌର ଉପାଧ୍ୟକ୍ଷା ସୌମ୍ୟା ମହାପାତ୍ର ଏବଂ ପୌରାଚଂଳର ସମସ୍ତ ୱାର୍ଡ ସଭ୍ୟ ସଭ୍ୟା, ପ୍ରକଳ୍ପ ପ୍ରଶାସକ, ଜନଜାତି ଉନ୍ନୟନ ସଂସ୍ଥାର ଅଭିମନ୍ୟୁ ମାଝୀ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମୌସୁମୀ ନାୟକ, ତହସିଲଦାର ରବିନ୍ଦ୍ର କୁମାର ରାଉତ, ଜିଲ୍ଲା ଜରୁରୀକାଳୀନ ବିଭାଗର ଜିଲ୍ଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ମହେନ୍ଦ୍ର କୁମାର ସାହୁ, ବରିଷ୍ଠ ରାଜସ୍ଵ ସହାୟକ ତ୍ରିପତି ବାଲାଜୀ ସାହୁ, ଆଶ୍ରୟସ୍ଥଳୀର ସଂପାଦକ ତଥା ନୋଡାଲ ଅଫିସର ରାମଶଂକର ଦାସ, ହର୍ଷା ଟ୍ରଷ୍ଟର ଦିବ୍ୟସିଂହ ପ୍ରଧାନ, ମନୀଷା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.