ଲାଞ୍ଜିଗଡରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ନୂତନ ଭାବରେ ଯୋଗଦେଇଥିବା କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀ ଆଜି ପ୍ରଥମ ଥର ପାଇଁ ଲାଞ୍ଜିଗଡ ବ୍ଲକରେ ଆୟୋଜିତ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦେଇଛନ୍ତି। ସେ ଲୋକଙ୍କ ଅଭିଯୋଗ ଶୁଣିଥିବା ବେଳେ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ପାଇଁ ବ୍ଲକର ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ପରିସରରେ ଭିଡ ଜମିଥିଲା। ବର୍ତ୍ତମାନ କିଛିଦିନ ହେଲା ଲାଞ୍ଜିଗଡ ବ୍ଲକରେ ଲଗାଣ ବର୍ଷା ଜାରି ରହିଥିଲା। ବର୍ଷା କମିଗଲା ହେଲେ ଲୋକଙ୍କ ସମସ୍ୟା ସୁଧୁରି ପାରିନି। ବ୍ଲକରେ ଲଗାଣ ବର୍ଷା ହେବାଦ୍ୱାରା ଅନେକ କ୍ଷୟକ୍ଷତି ଘଟିଛି। ଚାଷଜମିରେ ବାଲିଚର ହେବା ଦ୍ୱାରା ଚାଷକାମରେ ବାଧାପ୍ରାପ୍ତ ସୃଷ୍ଟି ହୋଇଛି। ଅନେକ ଗରିବ ନିରିହଙ୍କ ମାଟିଘର ଭାଙ୍ଗି ଯାଇ ରହିବା ପାଇଁ ଜାଗା ନାହିଁ। ସେମାନେ ଅନ୍ୟ ଲୋକଙ୍କ ଘରେ ଆଶ୍ରୟ ନେଇଛନ୍ତି। ଏମିତିକି ପ୍ରଶାସନ ପକ୍ଷରୁ ପୋଲିଥିନ ଖଂଡିଏ ମଧ୍ୟ ମିଳିପାରି ନାହିଁ। ଏହି ସଂକ୍ରାନ୍ତ ଅଭିଯୋଗ ବହୁମାତ୍ରାରେ ହୋଇଥିବା ବେଳେ ପଂଚାୟତର ଉନ୍ନତି କରଣ ପାଇଁ ବ୍ଲକର ପ୍ରତ୍ୟେକ ପଂଚାୟତରେ ପଂଚାୟତ ନିର୍ବାହି ଅଧିକାରୀ, ଯନ୍ତ୍ରୀ, ଗ୍ରାମରୋଜଗାର ସେବକ, ଯୋଗାଣ ସହାୟକ ନିଯୁକ୍ତ ଅଛନ୍ତି ହେଲେ ସେମାନଙ୍କ ମନମୁଖି କାର୍ଯ୍ୟକଳାପ ଯୋଗୁଁ ଉନ୍ନୟନ କାମରେ ବାଧାସୃଷ୍ଟି ହେଉଛି। ଏହାକୁ ନେଇ ମଧ୍ୟ ଜିଲ୍ଲାପାଳଙ୍କ ଠାରେ କିଛି ସରପଂଚ ଅଭିଯୋଗ କରିଥିଲେ । ସେହିଭଳି ବ୍ଲକରେ ଅନେକ ଗୁଡିଏ ଅପହଂଚ ଗାଁ ରହିଛି ଯେଉଁ ଗାଁରେ କି ସରକାରଙ୍କ ମୈାଳିକ ସୁବିଧାରୁ ବଂଚିତ ରହିଛନ୍ତି ଜନସାଧାରଣ। ସେହି ଗାଁ ମାନଙ୍କୁ କୈାଣସି ବିଭାଗର ଅଧିକାରୀ ମଧ୍ୟ ଧ୍ୟାନ ଦେଉନାହାନ୍ତି ଏହି ସବୁ ଅଭିଯୋଗ ହୋଇଥିବା ବେଳେ ବ୍ଲକର ୨୬ଗୋଟି ପଂଚାୟତରେ ଆଜି ମଧ୍ୟ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତା ପାଇବାରୁ ଅନେକ ଲୋକ ବଂଚିତ ରହିଛନ୍ତି। ଅନଲାଇନ ଦ୍ୱାରା ସେମାନେ ଅଭିଯୋଗ କରିଥିଲେ ସୁଦ୍ଧା ଆଜି ଯାଏଁ ସେମାନେ ଭତ୍ତା ପାଇବାରୁ ବଂଚିତ ଅଛନ୍ତି। ଏହିଭଳି ଅନେକ ଗୁଡିଏ ଅଭିଯୋଗ ପତ୍ର ଦାଖଲ ହୋଇଥିବା ବେଳେ ଏହି ଅଭିଯୋଗର ସମାଧାନ କେବେ କରିବ ଜିଲ୍ଲା ଓ ବ୍ଲକ ପ୍ରଶାସନ ତାହା ଦେଖିବାକୁ ବାକି ରହିଲା। ଆଜିର ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଯୋଗଦେଇ ବିଭିନ୍ନ ଅଭିଯୋଗ ଲୋକଙ୍କ ଠାରୁ ଶୁଣିଥିବା ବେଳେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ରଙ୍କ ସଭାପତିତ୍ୱରେ ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ଅହି ଅଭିଯୋଗ ଶୁଣାଣିରେ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଅଭିଳାସ ଜି, ଏଡିଏମ୍ ସୁଶାନ୍ତ କୁମାର ପଟେଲ, ଉପ ଜିଲ୍ଲାପାଳ ବିଶ୍ୱରଂଜନ ଦାସ, ପିଏ ଆଟିଡିଏ ବିରଂଚି ନାରାୟଣ ଦରୱାନ, ସିଡିଏମଓ ରଂଜନ କୁମାର ମିଶ୍ର, ଲାଞ୍ଜିଗଡ ତହସିଲଦାର ମୁନିନ୍ଦ୍ର ହୁନାଗାଂ ପ୍ରମୁଖ ଉପସ୍ଥିତ ଥିଲେ। ଏବିଡିଓ ବିଭୁତି ଭୁଷଣ ଶତପଥି, ଯନ୍ତ୍ରୀ ପିତାମ୍ବର ହେମରମ୍ବ, ସ୍ମିତା ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ ବିଭିନ୍ନ ବିଷୟକୁ ନେଇ ମୋଟ ୪୫୦ ଜଣ ଅଭିଯୋଗ କରିଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.