ନବରଙ୍ଗପୁର ଜିଲ୍ଲା ତଥା ଦୌରା ଜଜଙ୍କ ଚନ୍ଦାହାଣ୍ଡି କୋର୍ଟ ପରିଦର୍ଶନ

ଚନ୍ଦାହାଣ୍ଡି/ ଓଡ଼ିଆ ବାର୍ତ୍ତା (କାମିନୀ ରଞ୍ଜନ ପାଣ୍ଡେ): ନବରଙ୍ଗପୁର ଜିଲ୍ଲା ତଥା ଦୌରା ଜଜ୍ ସଞ୍ଜିବ କୁମାର ଦୁବେ ଚନ୍ଦାହାଣ୍ଡି ପ୍ରଥମ ଶ୍ରେଣୀ ବିଚାରପତିଙ୍କ ଅଦାଲତ ପରିଦର୍ଶନରେ ଆସି ଚନ୍ଦାହାଣ୍ଡି କୋର୍ଟ ପରିସର ଠାରେ ନୂତନ ଭାବେ ପ୍ରସ୍ତାବିତ ଜେଏମଏଫସି କୋର୍ଟ କୋଠା ନିର୍ମାଣ ନିମନ୍ତେ ଚିହ୍ନଟ ହୋଇ ଥିବା ସ୍ଥାନ ପରିଦର୍ଶନ କରିଥିଲେ। ସାନଧୁରୁଆପଡା ମୌଜାରେ ନୂତନ କୋର୍ଟ ବିଲଡିଙ୍ଗ ଜାଗା ପ୍ରଦାନ କରାଯିବାକୁ ଜିଲ୍ଲା ଜଜ୍ କହିଥିଲେ । ସିନାପାଲି ଏବଂ ବୋରିଗୁଡା ଠାରେ ନୂତନ କୋର୍ଟ ନିର୍ମାଣ ହେବାକୁ ଚିହ୍ନଟ ହୋଇଥିବା ସ୍ଥାନ ଚନ୍ଦାହାଣ୍ଡି ବ୍ଲକ ମହକୁମା ଠାରୁ ୩ କିମି ଦୂରତା ହେବା ସହ ଉକ୍ତ ସ୍ଥାନରେ ବିରାଟ ନାଳ ଥିବାରୁ ଅସନ୍ତୋଷ ପ୍ରକାଶ କରିବା ସହ ସାନଧୁରୁଆପଡା ମୌଜାରେ ସ୍ଥାନ ଚିହ୍ନଟ କରିବା ନିମନ୍ତେ ଚନ୍ଦାହାଣ୍ଡି ଅତିରିକ୍ତ ତହସିଲଦାର ନିଳାମ୍ବର ପୁଜାରୀଙ୍କୁ କହିଥିଲେ । ଏହାପରେ ଚନ୍ଦାହାଣ୍ଡି ଜେଏମଏଫସି କୋର୍ଟ ପରିଦର୍ଶନ କରିବା ସହ ନଥିପତ୍ର ଯାଞ୍ଚ କରିଥିଲେ । କୋର୍ଟର ବିଭିନ୍ନ ସମସ୍ୟା ନେଇ ଜେଏମଏଫସି ହିମାଂଶୁ ଶେଖର ଆଚାର୍ଯ୍ୟ ଜିଲ୍ଲା ଜଜ୍ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସମସ୍ତ ଆଇନଜୀବୀ ସାନଧୁରୁଆପଡା ମୌଜାରଜ ନୂତନ କୋର୍ଟ କରିବାକୁ ଜିଲ୍ଲା ଜଜଙ୍କୁ ଅନୁରୋଧ କରିଥିଲେ। ଜିଲ୍ଲା ଜଜଙ୍କ କ୍ଷେତ୍ର ପରିଦର୍ଶନ ସମୟରେ ଚନ୍ଦାହାଣ୍ଡି ଜେଏମ୍ଏଫସି ହିମାଂଶୁ ଶେଖର ଆଚାର୍ଯ୍ୟ, ଅତିରିକ୍ତ ତହସିଲଦାର ନୀଳାମ୍ବର ପୁଜାରୀ, ଅତିରିକ୍ତ ରାଜସ୍ବ ନିରୀକ୍ଷକ ଅନନ୍ତ ସିହ୍ନା, ଆଇନଜୀବୀ ସରୋଜ ଅଗସ୍ତି, ମହମ୍ମଦ ହୁସେନ, ଜୟଦେବ ଖମାରୀ, କ୍ଷେମରାଜ ବାଘ, ହୁମେଶ୍ବର ହଂସ, କୋର୍ଟ କର୍ମଚାରୀ କେଦାର ଗୌରୀ ପାଞ୍ଜିଆ, କେଶରୀ ମନହିରା, ସର୍ବେଶ୍ବର ପୁଜାରୀ, ଆଶିଷ ସାହୁ, ସିଏସ ଆଇ ରେଣୁ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.