ଯେଉଁଠି ମସଜିଦରେ ପୂଜା ପାଆନ୍ତି ଗଣପତି, ମୁସଲିମ ବି କରନ୍ତି ଆରାଧନା

ହିନ୍ଦୁ-ମୁସଲିମ ବିବାଦର ଅନେକ ଖବର ଆପଣ ଶୁଣିଥିବେ । ରାଜନୈତିକ ଦଳମାନେ ଭୋଟ୍ ବ୍ୟାଙ୍କ ପାଇଁ ଏ ଦୁଇ ଧର୍ମର ଲୋକମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି କରାଇଥାନ୍ତି । ଲୋକଙ୍କୁ ମନ୍ଦିର-ମସଜିଦ ନାଁରେ ଲଢ଼ିବାକୁ ଉସକା ଯାଇଥାଏ । ତେବେ ଯେଉଁ ଖବର ଆଜି ଆମେ ଆପଣଙ୍କୁ ବତାଇବାକୁ ଯାଉଛୁ, ସେଥିରେ ଦୁଇଟିଯାକ ଧର୍ମର ଲୋକ ମିଳିମିଶି ଗଣପତିଙ୍କ ସ୍ଥାପନା କରିଥାନ୍ତି, ତାଙ୍କ ପୂଜାର୍ଚ୍ଚନା କରିଥାନ୍ତି । ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲାରେ ଏଭଳି ପାଞ୍ଚଟି ମସଜିଦ ରହିଛି, ଯେଉଁଠି ଗଣେଶ ପୂଜା ଅବସରରେ ଗଣେଶଙ୍କ ପ୍ରତିମା ସ୍ଥାପନ କରାଯାଇଥାଏ । କୋହ୍ଲାପୁରର ବୈରାଗଦାର, କାରଖାନା ପରି, ଶେଲକେ, ଢେପନପୁର ଓ କୁଡ଼େଖାନ ପୀର ମସଜିଦରେ ପ୍ରତିବର୍ଷ ଗଣେଶ ପୂଜା ହୋଇଥାଏ । ମସଜିଦରେ ସ୍ଥାପିତ ଗଣପତିଙ୍କ ପୂଜାର୍ଚ୍ଚନା ହିନ୍ଦୁ ଓ ମୁସଲିମ ସଂପ୍ରଦାୟର ଲୋକମାନେ ମିଳିମିଶି କରିଥାନ୍ତି । ବିଗତ ବହୁ ବର୍ଷ ଧରି ଏଭଳି ହୋଇଆସୁଛି । ହିନ୍ଦୁମାନଙ୍କ ସହ ବହୁ ସଂଖ୍ୟାରେ ମୁସଲିମ ଏଥିରେ ଯୋଗଦେଇଥାନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.