ବିଘ୍ନ ନାଶକ ଭଗବାନ ଗଣେଶଙ୍କ ଆବିର୍ଭାବ ଗାଥା

ନାତନ ସଂସ୍କୃତିରେ ବିଘ୍ନ ନାଶକ ଭଗବାନ ଗଣେଶ କଳା, ବିଜ୍ଞାନ, ବୁଦ୍ଧିମତ୍ତାର ଦେବତା ଓ ସଂରକ୍ଷକ ରୂପେ ପରିଚିତ । ଆଦି ଦେବତା ହିସାବରେ ପ୍ରତ୍ୟେକ ଶୁଭ କାର୍ଯ୍ୟ, ପୂଜା, ଲେଖାପଢ଼ା ଓ ଧାର୍ମିକ କ୍ରିୟା ଆରମ୍ଭରେ ତାଙ୍କର ଆବାହ‌ନ କରାଯାଏ । ତାଙ୍କୁ ପଞ୍ଚଦେବତାମାନଙ୍କ ମଧ୍ୟରୁ ଜଣେ ବୋଲି କୁହାଯାଏ । ଅଗ୍ରପୂଜ୍ୟ ଗଣେଶଙ୍କ ଆବିର୍ଭାବକୁ ନେଇ ଏକ ସୁନ୍ଦର ଗାଥା ରହିଛି ।

ଥରେ ଦେବୀ ପାର୍ବତୀ ତାଙ୍କର ବଳକା ଅଙ୍ଗ ପ୍ରସାଧନୀ – ଅଙ୍ଗମୌଳୀ ହଳଦୀକୁ ହାତରେ ନେଇ ଅନ୍ୟମନସ୍କ ଭାବରେ ଏକଡ ସେକଡ କରୁକରୁ, ଅଜାଣତରେ ଏକ ଶିଶୁପୁତ୍ରର ପ୍ରତିମା ଗଢି ପକାଇଥିଲେ । ତାଙ୍କର ମନୋଗତ ବାସନା ବୁଝି ଶ୍ରୀବିଷ୍ଣୁ ସେହି ପ୍ରତିମାଟିକୁ ଜିବନ୍ୟାସ ଦେଇଥିଲେ ଓ ଶିଶୁପୁତ୍ର ଭାବେ ଗଣେଶଙ୍କ ଆବିର୍ଭାବ ହୋଇଥିଲା । କିନ୍ତୁ ବିଧି ନିର୍ଦ୍ଦେଶ ମତେ ବାଳକ ଗଣେଶ ଓ ଗଣେଶଙ୍କ ପରିଚୟ ଜାଣିନଥିବା ମହାଦେବ ଶିବଙ୍କ ମଧ୍ୟରେ ଯୁଦ୍ଧ ଅବସମ୍ଭାବୀ ହେଲା । ଯୁଦ୍ଧରେ ପ୍ରଥମାବସ୍ଥାରେ ପରାହତ ଶିବ ଶେଷକୁ ସେହି ବିଷ୍ଣୁଙ୍କ ସହାୟତାରେ ହିଁ, ନିଜର ଅମୋଘ ଅସ୍ତ୍ରରେ ଗଣେଶଙ୍କୁ ନିହତ କରିଥିଲେ । ସତ୍ୟ ଉନ୍ମୋଚିତ ହେବା ପରେ, ଘଟଣାଚକ୍ରରେ ଏକ ହସ୍ତୀର ମସ୍ତକ ଗଣେଶଙ୍କ ଶରୀରରେ ଯୋଡି ତାଙ୍କୁ ପୁନର୍ଜୀବନ ଦିଆଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.