ବଡ଼ବିରୁଆଁ ଉଚ୍ଚ ବିଦ୍ୟାପୀଠରେ ଗଣେଶ ପୂଜା ଓ ସଂସ୍କୃତ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ବଡ଼ବିରୁଆଁ ଉଚ୍ଚ ବିଦ୍ୟାପୀଠରେ ଗଣେଶ ପୂଜା ଓ ସଂସ୍କୃତ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

Omkar Vasthu
Omkar Vasthu

ଓଡ଼ିଆ ବାର୍ତ୍ତା/ଯାଜପୁର: ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ବଡ଼ବିରୁଆଁ ଉଚ୍ଚ ବିଦ୍ୟାପୀଠରେ ବିଘ୍ନ ବିନାଶକ ଶ୍ରୀଗଣେଶଙ୍କ ପୂଜା ବୈଦିକ ରୀତିନୀତିରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଦିନ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ପଣ୍ଡିତ ଶ୍ରୀଯୁକ୍ତ ହରିହର ନାୟକ ଅବସର ଗ୍ରହଣ କରିଥିଲେ। ଏହି ଉପଲକ୍ଷେ ୧୯୯୨ ମସିହାର ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ଉପସ୍ଥିତ ରହି ପଣ୍ଡିତ ସାରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ। ସରକାରୀ ହିସାବରେ ଶିକ୍ଷକ ଜଣେ ସିନା ଏତେ ବର୍ଷ ଧରି କଠୋର ଶ୍ରମ କରି ଥିବାରୁ ନିର୍ଦ୍ଧାରିତ ବୟସରେ ବିଦ୍ୟାଦାନ କରିବାରୁ ବିରତି ନିଅନ୍ତି, କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟର ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପାଇଁ ପ୍ରେରଣା ହୋଇଯାଆନ୍ତି। ପ୍ରାରମ୍ଭରେ ପ୍ରମୋଦ କୁମାର ସାହୁ ଆଭିମୁଖ୍ୟ ସ୍ପଷ୍ଟ କରିଥିବା ବେଳେ ପ୍ରଧାନ ଶିକ୍ଷକ ଅଜୟ କୁମାର ନାୟକ ସ୍ବାଗତ ଅଭିବ୍ୟକ୍ତି ରଖିଥିଲେ। ପଣ୍ଡିତ ହରିହର ନାୟକ ଶ୍ଲୋକ, ମନ୍ତ୍ର ମାଧ୍ୟମରେ ପିଲାମାନଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ। ଉକ୍ତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ପ୍ରଫୁଲ୍ଲ କୁମାର ମଲ୍ଲିକ, ଅଭିମନ୍ୟୁ ପଣ୍ଡା, ପ୍ରକାଶ ମଳିକ, ପ୍ରଣତି ମହାପାତ୍ର, ପ୍ରଶାନ୍ତ କୁମାର ମହାନ୍ତି, ଅଟଳ ବିହାରୀ ମହାପାତ୍ର, ନାରାୟଣ ବିନ୍ଧାଣି, ଭଗବାନ ସାହୁ ପ୍ରମୁଖ ୧୯୯୨ ମସିହାର ଛାତ୍ରଛାତ୍ରୀମାନେ ଆୟୋଜନ ସହ ସାରଙ୍କ ଆଶୀର୍ବାଦ ପ୍ରାପ୍ତ କରିଥିଲେ। ଏତେ ବର୍ଷର ପୁରୁଣା ଛାତ୍ରଛାତ୍ରୀମାନଙ୍କର ଏଭଳି ଗୁରୁଭକ୍ତିରେ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀମାନେ ସନ୍ତୋଷ ପ୍ରକାଶ କରିଥିଲେ। ଶେଷରେ ପ୍ରକାଶ ମଳିକ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.