ଏକଲ ବିଦ୍ୟାଳୟର ବାର୍ଷିକ ଏକ ଦିବାସୀୟ ଖେଳକୁଦ ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ହାଇସ୍କୁଲ ଖେଳ ପଡିଆ ଠାରେ ଏକଲ ବିଦ୍ୟାଳୟର ବାର୍ଷିକ ଏକ ଦିବସୀୟ ଖେଳକୁଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅଭ୍ୟୁଦୟ ୟୁଥ୍ କ୍ଲବ୍ ଦ୍ୱାରା ଆୟୋଜିତ ଏହି କ୍ରୀଡା କାର୍ଯ୍ୟକ୍ରମରେ ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କ୍ରୀଡା ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମଟିକୁ ଉଦ୍ଘାଟନ କରିଥିଲେ । ଏଥିରେ ନର୍ଲା ସଞ୍ଚ ସମିତି ତରଫରୁ ବରିଷ୍ଠ କର୍ମକର୍ତ୍ତା ସାରଥି ନାୟକ, ବଦ୍ରୀପ୍ରସାଦ ମିଶ୍ର, ଲିଙ୍ଗରାଜ ମିଶ୍ର ପ୍ରମୁଖ ଯୋଗଦାନ କରି ଖେଳାଳୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।ଭବାନୀପାଟଣା ଅଞ୍ଚଲର ନର୍ଲା ସଞ୍ଚର ୬୫ ଜଣ ଖେଳାଳୀ ଛାତ୍ରଛାତ୍ରୀ ଏହି ଖେଲକୁଦ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଏଥିରେ ଉଭୟ ଛାତ୍ର ଓ ଛାତ୍ରୀଙ୍କ ପାଇଁ ଅଲଗା ଅଲଗା ଭାବରେ ୧୦୦, ୨୦୦ ମିଟର ଦୌଡ ପ୍ରତିଯୋଗୀତା, ଉଚ୍ଚା ଡିଆଁ, ଲମ୍ବା ଡିଆଁ, କବାଡି ଓ କୁସ୍ତି ଏଭଳି ୬ ଗୋଟି ବିଭାଗରେ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଭବାନୀପାଟଣା ଆଞ୍ଚଳିିକ ପ୍ରାଥମିକ ଶିକ୍ଷା ପ୍ରମୁଖ ଡମ୍ବରୁଧର ମାଝୀ, ନର୍ଲା ସଞ୍ଚ ପ୍ରମୁଖ ରୋମାଞ୍ଚଳ ଧଙ୍ଗଡାମାଝୀ, ମ.ରାମପୁର ସଞ୍ଚ ପ୍ରମୁଖ ଅଞ୍ଜନ କୁମାର ପାତ୍ର ପ୍ରମୁଖ ସମସ୍ତ କ୍ରୀଡା ପରିଚାଳନା କରିଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ, ପ୍ରତିବର୍ଷ ଏହି ସେପ୍ଟେମ୍ବର ମାସରେ ଏକଲ ବିଦ୍ୟାଳୟ ଯୋଜନାର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଥାଏ । ଏହି ଏକ ଦିବସୀୟ କ୍ରୀଡା ପ୍ରତିଯୋଗୀତାରେ କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥିଙ୍କ କର କମଳରେ ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଭିନ୍ନ ଭିନ୍ନ ଭାବରେ ପୁରସ୍କାର ପ୍ରଦାନ କରାଯାଇଥିଲା । ଚଳିତ ମାସ ୨୪ ଓ ୨୫ ଦୁଇଦିନ ଧରି ଜିଲ୍ଲା ସ୍ତରୀୟ ଖେଲକୁଦ ପ୍ରତିଯୋଗୀତା ଭବାନୀପାଟଣାରେ ଅନୁଷ୍ଠିତ ହେବ । ଏଠାକାର କୃତୀ ଛାତ୍ରଛାତ୍ରୀମାନେ ଭବାନୀପାଟଣା ଯାଇ ସେଠାକାର ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବେ ସେଠାରେ ସଫଳତା ହାସଲ କଲେ ରାଜ୍ୟ ସ୍ତର ପର୍ଯ୍ୟନ୍ତ ଖେଳିବା ପାଇଁ ଯିବେ ବୋଲି ନର୍ଲା ସଞ୍ଚ ପ୍ରମୁଖ ରୋମାଞ୍ଚଳ ଧଙ୍ଗଡାମାଝୀ ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.