କେସିଙ୍ଗାରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ସଭାଗୃହ ଠାରେ କଳାହାଣ୍ଡି ଜିଲ୍ଲାପାଳଙ୍କ ଜନଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ପି.ଅନ୍ବେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନ ଶୁଣାଣି ଶିବିରରେ ଜିଲ୍ଲା ପୁଲିସ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଜୟ କୁମାର ନନ୍ଦ, ଜିଲ୍ଲା ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ପଟେଲ, ଭବାନୀପାଟଣା ଉପ ଜିଲ୍ଲାପାଳ ଡ଼ଃ ବିଶ୍ବଜିତ ଦାସ, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତିଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେସିଙ୍ଗା ବିଡ଼ିଓ ପ୍ରଫୁଲ୍ଲ କୁମାର ଅଦୁ, ତହସିଲଦାର ଜ୍ୟୋତିର୍ମୟ କର, ଏନ୍ଏସି ନିର୍ବାହୀ ଅଧିକାରୀ ସୁଶ୍ରୀ କିରଣ ବେହେରା, ସିଡିପିଓ ମୁଜିବୁନ ନିଶା, ବ୍ଲକ୍ କୃଷି ଅଧିକାରୀ ଘନଶ୍ୟାମ ଦେହୁରୀ, ଗୋଷ୍ଠୀ ଶିକ୍ଷା ଅଧିକାର ବବୃବାହାନ ପ୍ରଧାନ ପ୍ରମୁଖଙ୍କ ସମେତ ବ୍ଲକ ସ୍ତରୀୟ ଅଧିକାରୀଗଣ ଉପସ୍ଥିତ ରହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଜନଶୁଣାଣି ଶିବିରରେ ୫୧୦ ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ । ସେଥିମଧ୍ୟରୁ ୪୭୮ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୩୨ ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଅଭିଯୋଗ ରହିଥିଲା । ଏଥିରେ ୨୧ ଟି ଅଭିଯୋଗର ସମାଧାନ ତତକ୍ଷଣାତ୍ କରାଯାଇଥିବା ନେଇ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶ । ଅଭିଯୋଗ ମୁଖ୍ୟତଃ ଆବାସ ଗୃହ, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା, ରାସନ୍ କାର୍ଡ, ପାନୀୟ ଜଳ, ଶିକ୍ଷକ ପଦବୀ ପୂରଣ ଉପରେ ରହିଥିଲା। ସେହିପରି କିକିଆ ପଞ୍ଚାୟତ ଅଞ୍ଚଳରେ ସରକାରୀ ଜମିକୁ ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଥିଲେ ମଧ୍ୟ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା କାର୍ଯ୍ୟ ବିଳମ୍ବ କରାଯାଉଥିବା ବିଷୟକୁ ନେଇ ସରପଞ୍ଚ କିଶୋର ପ୍ରଧାନ ଲିଖିତ ଅଭିଯୋଗ କରିଥିଲେ। ତୁଣ୍ଡଲା ପଞ୍ଚାୟତ ଦାୟିତ୍ବରେ ଥିବା ଜନୈକ କୃଷି କର୍ମଚାରୀ ନିୟମିତ ଭାବେ ତୁଣ୍ଡଲା ପଞ୍ଚାୟତ ଅଞ୍ଚଳକୁ ଯାଉନଥିବା ନେଇ ମଧ୍ୟ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରାଯାଇଛି। ସେହିପରି କେସିଙ୍ଗା ବ୍ଲକ ସରପଞ୍ଚ ସଂଘର ଉପସଭାପତି ତଥା ଚାଞ୍ଚେର ପଞ୍ଚାୟତ ସରପଞ୍ଚ ଅଞ୍ଜୁ କୁମାର କେସିଙ୍ଗା ବ୍ଲକରେ ଆବଶ୍ୟକ ଅନୁଯାୟୀ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପଦବୀ ପୂରଣ କରିବା ସହ କେସିଙ୍ଗା ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସମସ୍ୟା ଓ ଅନ୍ୟାନ୍ୟ ବିଷୟ ଉପରେ ଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରିଥିବା ନେଇ ଖବର ସଂଗ୍ରହରୁ ପ୍ରକାଶ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.