ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ପୋଷଣା ମାହ କାର୍ଯ୍ୟକ୍ରମ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ କୁମାର ମେହେର ଓ ଲେଖାପାଳ ଦୁତୀୟ ବନଛୋରଙ୍କ ତତ୍ୱବଧାନରେ କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଯୋରାଡବରା ପଞ୍ଚାୟତ ସ୍ଥିତ କୁସୁର୍ଲା ଗାଁର ଅଙ୍ଗନୱାଡି କେନ୍ଦ୍ର ଠାରେ ପୋଷଣ ମାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା ଗାଁରେ ରହୁଥିବା ଗର୍ଭବତୀ ମା’ ଓ ଶିଶୁମାନେ କିପରି ଭାବରେ ପୃଷ୍ଟିକର ଖାଦ୍ୟ ଠିକ ମାତ୍ରରେ ଖାଇପାରିବେ ଓ କେଉଁ କେଉଁ ଦ୍ରବ୍ୟରୁ କେଉଁ ସବୁ ଭିଟାମିନ ମିଳେ ସେ ଉପରେ ଆଲୋଚନା କରି ଗର୍ଭବତୀ ମା’ ମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ ଓ ପୃଷ୍ଟି ହୀନତା ଯୋଗୁ ଗର୍ଭବତୀ ମା’ ଓ ଶିଶୁ ମାନେ ବହୁତ ରୋଗରେ ଆକ୍ରାନ୍ତ ହୋଇଥାନ୍ତି ତାହାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଗାଁ କଲ୍ୟାଣ ସମିତି ମୁଖ୍ୟ ଅଙ୍ଗନୱାଡି କର୍ମୀ ମମତା ସାହୁ, ଅଙ୍ଗନୱାଡି କର୍ମୀ ପୁଷ୍ପକାନ୍ତି ନାଏକ, ସହାୟକା କର୍ମୀ ଲେମ୍ବୁବତୀ ଭୋଇ, ଇଛାବତୀ ସାହୁ ଓ କଳାରୁଦ୍ର ଯୁବକ ସଂଘର ପୂର୍ବତନ ସଭାପତି ତଥା ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ଜାତୀୟ ଯୁବ ସ୍ୱେଚ୍ଛାସେବୀ ସନତ କୁମାର ସାହୁ, ରିତା ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.