ଥଇଥାନ ହେବେ ୩ ଅସହାୟ ଶିଶୁ

ଓଡ଼ିଆ ବାର୍ତ୍ତା/ ଗୋଲାମୁଣ୍ଡା (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବୋରଗୁଡା ଗାଁର ଶ୍ୟାମ ମାଝୀ ଓ ଲଷ୍ମୀ ମାଝୀ ତାଙ୍କର ୩ ଛୁଆଙ୍କୁ ନେଇ ବେଶ ହସ ଖୁସିରେ ରହୁଥିଲେ । ହେଲେ ଗତ ୬ ବର୍ଷ ତଳେ କିଡ଼ନୀ ରୋଗରେ ଶ୍ୟାମଙ୍କ ଦେହାନ୍ତ ହୋଇଥିଲା । ସ୍ତ୍ରୀ କଷ୍ଟେ ମଷ୍ଟେ ୩ ଛୁଆଙ୍କୁ ନେଇ ପରିବାର ପ୍ରତିପୋଷଣ କରୁଥିଲେ । ପରେ ଲଷ୍ମୀ କୁଆଡେ ଚାଲିଗଲେ ଯେ ତାଙ୍କର ଖୋଜ ଖବର ମିଳୁନାହିଁ । ଝିଅ ଜ୍ୟୋସ୍ନା ଅଷ୍ଟମ ଶ୍ରେଣୀରୁ ପାଠ ଛାଡି ନିଜର ୨ ଭଉଣୀ ଅଞ୍ଜଳି ମାଝୀ ଓ ନିର ମାଝୀଙ୍କ ଦେଖାଶୁଣା କରିବା ସହ ମୂଳଲାଗି ଯାହା ଆଣିଲେ ସେଥିରେ ୩ ଭଉଣୀ ଚଳୁଥିବା ବିଷୟରେ ଯୁବ ସ୍ବେଛାସେବୀ ଯଶୋବନ୍ତ ରଣା ଜାଣିବାକୁ ପାଇଥିଲେ । ଏବିଷୟରେ ଶ୍ରୀ ରଣା କଳାହାଣ୍ଡି ଜିଲ୍ଲାପାଳ, ଜିଲ୍ଲା ଶିଶୁ ମଙ୍ଗଳ ସମିତି ଓ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଟକୁ ଟ୍ୱିଟର ମଧ୍ୟମରେ ଅଭିଯୋଗ କରିଥିଲେ । ସମସ୍ୟା ବିଷୟରେ ଅବଗତ ହେବାପରେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଏକ ପ୍ରତିନିଧି ଦଳ ବୋରଗୁମା ଗାଁରେ ପହଂଚି ସେମାନଙ୍କ ସମସ୍ୟା ଅନୁଧ୍ୟାନ କରିଥିଲେ । ପରେ ତିନିଜଣ ଶିଶୁଙ୍କୁ ଶିଶୁ ମଙ୍ଗଳ ସମିତିରେ ହଜାର କରି ସେମାନଙ୍କୁ କୌଣସି ଏକ ଆଶ୍ରମରେ ଥଇଥାନ କରିବାପାଇଁ ସୂଚନା ଦେଇଛନ୍ତି । ସ୍ବେଛାସେବୀଙ୍କ ଏହିପରି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.