ଓଡ଼ିଆ ବାର୍ତ୍ତା/ ରାୟଗଡ଼ (ଶିବ ନାରାୟଣ ଗୈାଡ): ରାୟଗଡ଼ ବ୍ଲକର ଚତୁର୍ଥ ସମିତି ବୈଠକ ବୁଧବାର ସଦଭାବନା ଗୃହ ଠାରେ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ବିଧାୟକ ମକରନ୍ଦ ମୁଦୁଲି ଅତିଥି ରୂପେ ଯୋଗଦେଇ ସମସ୍ତ ନବ ନିର୍ବାଚିତ ସମିତି ସଭ୍ୟା, ସଭ୍ୟ ଓ ସରପଞ୍ଚଙ୍କୁ ସ୍ଵାଗତ ଜଣାଇବା ସହ ରାୟଗଡ଼ ବ୍ଲକର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସଙ୍କଳ୍ପବଦ୍ଧ ହେବା ନିମନ୍ତେ ଆହ୍ଵାନ ଦେଇଥିଲେ । ଅଞ୍ଚଳରେ ପାନୀୟଜଳ, ସବୁଦିନିଆ ରାସ୍ତା ଓ ବିଜୁଳି ଆଦି ପହଞ୍ଚି ପାରିଲେ ଲୋକଙ୍କ ଅନେକ ସମସ୍ୟା ସମାଧାନ ହୋଇପାରିବ ବୋଲି କହିଥିଲେ । ସ୍ଥାନୀୟ ସମସ୍ୟାଗୁଡ଼ିକୁ ଚିହ୍ନଟ କରି ସେଗୁଡିକର ସମାଧାନ ସହ ସରକାରୀ ଯୋଜନା ଗୁଡିକୁ ଲୋକାଭିମୁଖୀ କରିବାରେ ସାମୁହିକ ସହଯୋଗ କାମନା କରିଥିଲେ । ବୈଠକରେ ଅଧ୍ୟକ୍ଷା ଟୁନି ହୁଇକା ଅଧ୍ୟକ୍ଷତା କରିଥିଲେ ।
ଉପାଧ୍ୟକ୍ଷ ହର ପ୍ରସାଦ ହେପ୍ରୁକା, ଜିଲ୍ଲା ପରିଷଦ ସଦସ୍ୟ ପ୍ରଶାନ୍ତ କୁଲେସିକା, ପଦ୍ମାବତୀ ମାଣ୍ଡାଙ୍ଗି, ସନ୍ଧ୍ୟା ପୁଳାକା, ମାନ୍ୟବର ସାଂସଦଙ୍କ ପ୍ରତିନିଧି ଏସ ଜୀବିତେଶ୍ଵର ରାଓ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମୀନାରାୟଣ ସାବତ, ଏ ବି ଡି ଓ କାଳୁ ଚରଣ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ସବ୍ୟସାଚୀ ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମୀନାରାୟଣ ସାବତ ଉଭୟ ନିର୍ବାଚିତ ପ୍ରତିନିଧି ଓ ସରକାରୀ କର୍ମଚାରୀଙ୍କ ପରସ୍ପର ସହଯୋଗ ଦ୍ଵାରା ସମସ୍ତ ଯୋଜନାର ସଫଳ ରୂପାୟନ ହୋଇପାରିବ ବୋଲି ପ୍ରକାଶ କରିଥିଲେ । ସମସ୍ତ ସରକାରୀ କର୍ମଚାରୀଙ୍କୁ ନିଜ ଫୋନକୁ ଖୋଲା ରଖିବା ଓ ସମସ୍ତ ନିର୍ବାଚିତ ପ୍ରତିନିଧି ଓ ହିତାଧିକାରୀଙ୍କ ଫୋନର ଉତ୍ତର ଦେବା ସହ ସମସ୍ୟାଗୁଡିକୁ ଯଥାଶୀଘ୍ର ସମାଧାନ ନିମନ୍ତେ ପଦକ୍ଷେପ ନିବାକୁ ନିର୍ଦେଶ ଦେଇଥିଲେ । ତେଲୁଗୁ ଭାଷାଭାଷି ଶିଶୁଙ୍କ ନିମନ୍ତେ ତେଲୁଗୁ ଭାଷାର ପୁସ୍ତକ ଯୋଗାଣ ନିମନ୍ତେ ମାନ୍ୟବର ସାଂସଦଙ୍କ ପ୍ରତିନିଧି ଏସ ଜୀଭିତେଶ୍ଵର ରାଓ ଗୃହକୁ ଅବଗତ କରିଥିଲେ । ଏତଦ ବ୍ୟତିତ, ସ୍ୱାସ୍ଥ୍ୟ, ଶିକ୍ଷା, ପାନୀଯ ଜଳ, ଆବାସ ଗୃହ, ଶିକ୍ଷା, କୃଷି, ପଶୁପାଳନ ଆଦି ବିଷୟ ଆଲୋଚନାର ପରିସରଭୁକ୍ତ ହୋଇଥିଲା । ଅପରାହ୍ନରେ ସାତୋଟି ସ୍ଥାୟୀ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା ।