ଯାଦବ ସମାଜ ପକ୍ଷରୁ ନୂଆଖାଇ ଭେଟଘାଟ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଚିଲିଗୁଡା ଠାରେ ଥିବା ବ୍ଲକ ଯାଦବ ଭବନ ପ୍ରାଙ୍ଗଣରେ ବୁଧବାର କୋକସରା ବ୍ଲକ ଯାଦବ ସମାଜ ପକ୍ଷରୁ ବ୍ଲକ ସ୍ତରୀୟ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌଷଧି ବାଗ , ମୂଖ୍ୟବକ୍ତା ଭାବରେ ଉତ୍କଳ ଯାଦବ ମହାସଭାର ଧନେଶ୍ୱର ଭାଟି ଯୋଗଦେଇ ଥିଲେ। ସମ୍ମାନୀତ ଅତିଥି କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ପୂର୍ବତନ ସଭାପତି ଡମ୍ବରୁଧର ଲହଜଳ, ଜିଲ୍ଲା ଯୁବ ଯାଦବ ମହାସଭା ସାଧାରଣ ସମ୍ପାଦକ ଲିଙ୍ଗରାଜ ବେହେରା, ଶଙ୍କର ଜୁଏଡ଼,କୋକସରା ୨ନଂ ଜୋନ ଜିଲ୍ଲା ପରିଷଦ ତ୍ରିନାଥ ବାଗ, ବିନୋଦ ରାଉତ, କେଦାର ଖର୍ସେଲ, ତୁଳସୀରାମ ବାରିକ, କୋକସରା ବିଧାୟକ ପ୍ରତିନିଧି ମାନସ ଇଞ୍ଜନ ବାଗ, ପଞ୍ଚକ ପୋଡ଼, ଅରକ୍ଷିତ ଭଇଁସାଲ, ମଙ୍ଗୁଲୁ ଭାଟି, ସ୍ୱାଧୀନ ବାଗ, ହିରଣ୍ୟ ବେହେରା, ଲବଣୀ ରାଉତ, କିଶୋର ହଂସ ପ୍ରମୁଖ ମଞ୍ଚାସିନ ହୋଇଥିଲେ। ପ୍ରଥମେ ଯଦୁପତି ଶ୍ରୀକୃଷ୍ଣଙ୍କ ଓ ମା ସମଲେଇଙ୍କ ପୂଜାର୍ଚନା ପରେ ସାମୁହିକ ନବାନ୍ନ ଭକ୍ଷଣ କରାଯାଇଥିଲା। ସମସ୍ତେ ନିଜ ନିଜ ଭିତରେ ନୂଆଖାଇର ଶୁଭେଚ୍ଛା ଜଣାଇବା ସହ ଜୁହାର ଭେଟଘାଟ ହୋଇଥିଲେ। ପରେ ଅତିଥି ମାନଙ୍କ ଦ୍ଵାରା ଏକ ଆଲୋଚନା ଚକ୍ର ହୋଇଥିଲା। ଏଥିରେ ସମାଜ ଭିତରେ ଭାଇଚାରା ସୃଷ୍ଟି କରିବା, ଶିକ୍ଷାର ବିକାଶ, ସମାଜର ସଂସ୍କୃତି ଓ ପରମ୍ପରା ବଜାୟ ରଖିବା ସହ ଆଗାମୀ ଦିନରେ ଯାଦବଙ୍କ ସାଙ୍ଗଠନିକ ସ୍ଥିତି ଉପରେ ଉପରେ ଗୁରୁତ୍ୱରୋପ କରାଯାଇଥିଲା। ମଞ୍ଚକୁ ବ୍ଲକ ସମ୍ପାଦକ ଅଲେଖ ଗୋପାଳ ଓ ସହ ସମ୍ପାଦକ ଧନ ସିଂ ବାଗ ପରିଚାଳନା କରିଥିବାବେଳେ ସହ ସମ୍ପାଦକ ଅଭିମନ୍ୟୁ ଗୋପାଳ ଧନ୍ୟବାଦ ଅର୍ପଣ କରିଥିଲେ। କୋକସରା ବ୍ଲକର ସମସ୍ତ ଆଞ୍ଚଳିକ କମିଟି କର୍ମକର୍ତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.