ପନ୍ତଙ୍କୁ କ୍ଷମା ମାଗିବା ଘଟଣାରେ ଉର୍ବଶୀଙ୍କ କଭି ହାଁ କଭି ନାଁ ନୀତି

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: କ୍ରିକେଟର ରିଷଭ ପନ୍ତଙ୍କୁ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ମଙ୍ଗଳବାର କ୍ଷମା ମାଗିବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏପରିକି ଉଭୟଙ୍କ ମଧ୍ୟରେ ଭାଙ୍ଗି ଯାଇଥିବା ସମ୍ପର୍କ ପୁନର୍ବାର ଯୋଡିହେବା ନେଇ ଅନୁମାନ କରାଯାଇଥିଲା । ଏବେ ସେ ଏଥିରୁ ଓହରି ଯାଇଛନ୍ତି । ଉର୍ବଶୀ କିନ୍ତୁ ପନ୍ତଙ୍କୁ ବୁଧବାର ସରି କହି ନାହାନ୍ତି ବୋଲି ପୋଷ୍ଟ କରିଛନ୍ତି । ସେ ସରି ତାଙ୍କ ପ୍ରଶଂସକଙ୍କ ପାଇଁ କହିଥିଲେ ବୋଲି ସ୍ପଷ୍ଟ କରିଛନ୍ତି । ପନ୍ତ ଏବଂ ଉର୍ବଶୀଙ୍କ ପ୍ରେମ ସମ୍ପର୍କ ପ୍ରଶଂସକଙ୍କ ମହଲରେ ଯେତେ ଚର୍ଚ୍ଚା ସାଂଉଟିଥିଲା । ଏବେ ଏହି ସମ୍ପର୍କରେ ଫାଟ ସୃଷ୍ଟି ହେବା ଖବର ବି ଚର୍ଚ୍ଚାରେ ରହୁଛି । ଉର୍ବଶୀ ଇନଷ୍ଟାଗ୍ରାମରେ କ୍ଷମା ମାଗିବା ଘଟଣାରେ ଏକ ପୋଷ୍ଟ ମଧ୍ୟ ଶେୟାର କରିଛନ୍ତି । ତେବେ ଉର୍ବଶୀଙ୍କ କଭି ହାଁ ଓ କଭି ନାଁ ନୀତିକୁ ପ୍ରଶଂସକମାନେ ଟ୍ରୋଲ କରିବାରେ ଲାଗିଛନ୍ତି । ଏସିଆ କପ କ୍ରିକେଟ ଅବସରରେ ଉର୍ବଶୀଙ୍କୁ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.