ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଲମ ଗ୍ରାମ ପଞ୍ଚାୟତ ଠେମରା ନୂଆପଡାର ଲୋକମାନେ ଟାଟା ଇଲେକ୍ଟ୍ରି କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଷ୍ଟ ଭବାନୀପାଟଣାଙ୍କ ସହ ଏକ ବୈଠକ କରିଥିଲେ । ଉକ୍ତ ବୈଠକରେ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ତଥା କଳାହାଣ୍ଡି ବିଦ୍ୟୁତ୍ ଉପଭୋକ୍ତା ମହାସଂଘର ଅଧ୍ୟକ୍ଷ ଡ଼. ଭବାନୀ ଶଙ୍କର ନିଆଲ ଯୋଗଦାନ ଦେଇଥିଲେ । ଦୀର୍ଘଦିନ ପର୍ଯ୍ୟନ୍ତ ରହିଥିବା କଳମ ଗ୍ରାମ ପଞ୍ଚାୟତର ଇଲେକ୍ଟ୍ରି ସମ୍ବନ୍ଧିତ ବିଭିନ୍ନ ସମସ୍ୟା ଉପରେ ବୈଠକରେ ପୁଙ୍ଖାନୁପୁଙ୍ଖ ଚର୍ଚ୍ଚା ହୋଇଥିଲା ଏବଂ ଠେମରା ନୂଆପଡାରେ ଜଲିଯାଇଥିବା ଟ୍ରାନ୍ସଫରମରକୁ ନୁଆଁ ଟ୍ରାନ୍ସଫରମର ଦେବା ଏବଂ ୧୦କେଭି ଜାଗାରେ ୨୫କେଭି କରିବା, ପ୍ରତି ୨ମାସରେ ବିଲ୍ଲିଙ୍ଗ୍ କରିବା, ସ୍କେମ୍ କରିବା, ମେଣ୍ଟେନ୍ସ ସୁନିଶ୍ଚିତ କରିବା ଉପରେ ବିଶେଷ ଚର୍ଚ୍ଚା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କଳମ ପଞ୍ଚାୟତର ସାଇନିଙ୍ଗ କଳାହାଣ୍ଡି ସଭାପତି ମହେନ୍ଦ୍ର ବାଗ, ପୁଟେଲ ବାଗ, ଭୁଜ ବାଗ, ମିନିକେତନ ରଣା, ଲକ୍ଷ୍ମଣ ମାଝୀ, ଅର୍ଜୁନ ମାଝୀ, ରାମହରି ମାଝୀ, ସେଇତାଣି ଶବର, ଯୁବରାଜ ମାଝୀ, ପବିତ୍ର ମାଝୀ, ହୃଷିକେଶ ମାଝୀ, ଜୟସିଙ୍ଗ ଶବର, ଖଗପତି ରଣା, କୁମାରମଣି ଶବର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।