ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ବୁଢିପଦର ଠାରେ ଗଜାନନ ସାଂସ୍କୃତିକ ଅନୁଷ୍ଠାନର ଭୂମୀ ପୂଜନ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ନର୍ଲା ବିଧାୟକ ଭୁପିନ୍ଦର ସିଂଙ୍କ ସୁପୁତ୍ର ଦଲଜିତ ସିଂ, ନର୍ଲା ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ ଓ ନର୍ଲା ବ୍ଲକ ବିଜେଡି ସଭାପତି ପରେଶ ପଧାନ ପ୍ରମୁଖ ଯୋଗଦେଇ ଭୂମୀ ପୂଜନ କରିଥିଲେ । ଗଜାନନ ସାଂସ୍କୃତିକ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଜୟ କୁମାର ଧଙ୍ଗଡାମାଝୀ ଓ ସଭାପତି ଶତ୍ରୁଘନ ଧଙ୍ଗଡାମାଝୀଙ୍କ ତତ୍ବାବଧାନରେରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ରାକ୍ସି ସରପଞ୍ଚ ଚନ୍ଦ୍ରମାଁ ଧଙ୍ଗଡାମାଝୀ, ମ.ରାମପୁର ବ୍ଲକ ବିଜେଡି ସଭାପତି ଗୋବିନ୍ଦ ସତପଥି, ବ୍ଲକ ବିଜେଡି ସାଧାରଣ ସମ୍ପାଦକ ଭୋପାଳ ନାଗ, ବରିଷ୍ଠ ବିଜେଡି ନେତୃତ୍ବ ଅର୍ଜୁନ ପଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ପ୍ରକାଶଯୋଗ୍ୟ ଯେ, ନର୍ଲା ବିଧାୟକଙ୍କ ସୁପୁତ୍ର ତଥା ଯୁବ ନେତୃତ୍ବ ଦଲଜିତ ସିଂ ବିଜେଡି ନେତୃବୃନ୍ଦଙ୍କ ସହ ନର୍ଲା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମ ଭ୍ରମଣ କରିବାସହ ତୃଣମୂଳ ସ୍ତରରେ ସାଧାରଣ ଜନତାଙ୍କୁ ଭେଟିବା ସହ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝୁଛନ୍ତି । ସେ ଆଜି ନର୍ଲା ବ୍ଲକର ଘଣ୍ଟମାଲ, ଗାଡେବନ୍ଦ ଓ ରାକ୍ସି ଗ୍ରାମ ପଞ୍ଚାୟତ ଗସ୍ତ କରିଥିବା ସୂଚନା ରହିଛି ।