ମିର୍ଜାପୁର ବିଜୁ ଏକ୍ସପ୍ରେସ ୱେରେ ଶବ ରଖି ରାସ୍ତାରୋକ

ବୁଡୁ ଧରୁଆ ଓ ଗଜପତି ମେହେରଙ୍କୁ ନ୍ୟାୟ ପ୍ରଦାନ ଓ ଆସାମୀମାନଙ୍କୁ ଗିରଫ ଦାବି

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ବାରବଖରାର ବୁଡୁ ଧରୁଆ, ପିତମ ଧରୁଆ ଓ ଗଜପତି ମେହେର ସେପ୍ଟେମ୍ବର ୪ରେ ଧର୍ମଗଡ ପଟୁ ବାଇକରେ ଆସୁଥିବା ବେଳେ ଗଡିଆଯୋର ଠାରେ ଜଣେ ସାଇକେଲ ଆରୋହୀ ସହ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ସାଇକେଲ ଆରୋହୀଙ୍କ ସମ୍ପର୍କୀୟମାନେ ଆସି ଏହି ତିନିଜଣ ବାଇକ୍ ଆରୋହିଙ୍କୂ ଅତର୍କିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଫଳରେ ସେମାନଙ୍କୁ ବିଶାଖାପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିଲା । କିନ୍ତୁ ଦୁଇଦିନ ତଳେ ବୁଡୁ ଧରୁଆଙ୍କ ମୃତ୍ୟୁ ହୋଇଥିବା ବେଳେ ଗତ କାଲି ଗଜପତି ମେହେରଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବୁଡୁ ଧରୂଆ ଏବଂ ଗଜପତି ମେହେରଙ୍କୁ “ଏହା ଦୁର୍ଘଟଣା ନୁହେଁ ହତ୍ୟା” କରାଯାଇ ଥିବା ଅଭିଯୋଗ କରି ନ୍ୟାୟ ପ୍ରଦାନ ଏବଂ ସେମାନଙ୍କୁ ଆକ୍ରମଣ କରିଥିବା ଆସାମୀମାନଙ୍କୁ ଗିରଫ ଦାବୀରେ ରାସ୍ତାରେ ଶବ ରଖି ପରିବାର ତଥା ଗ୍ରାମବାସୀଙ୍କ ତରଫରୁ ମିର୍ଜାପୁର ବିଜୁ ଏକ୍ସପ୍ରେସ ୱେରେ ରାସ୍ତାରୋକ କରାଯାଇଥିଲା । ଘଟଣା ସ୍ଥଳରେ କୋକସରା ତହସିଲଦାର ରାକେଶ ପରୁଆ, ଆଇଆଇସି ପ୍ରସନ୍ନ ବେହେରା ଓ ଧର୍ମଗଡ଼ ପୋଲିସ ପହଞ୍ଚି ଉପଜିଲ୍ଲାପାଳଙ୍କ ଅନୁମତି କ୍ରମେ ରେଡ଼କ୍ରସ ପାଣ୍ଠିରୁ ଦଶ ହଜାର ଟଙ୍କା ଓ ସମସ୍ତ ସରକାରୀ ସୁବିଧା ସହ ଘଟଣାର ତଦନ୍ତ କରି ଆସାମୀଙ୍କୁ ଗିରଫ ଓ ପରିବାର ବର୍ଗଙ୍କୁ ନ୍ୟାୟ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେବାରୁ ରାସ୍ତାରୋକ ହଟିଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.