ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ରକ୍ତଭଣ୍ଡାରରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ଅବସରରେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ ଜିଲ୍ଲା ବିଜେପି ସଭାପତି ଶ୍ରୀଯୁକ୍ତ ପ୍ରମୋଦ ମହାପାତ୍ର ମୂଖ୍ଯ ଅତିଥି ଭାବେ ଉଦଘାଟନ କରଥିଲେ । ଶିବିରରେ ସମୁଦାୟ ୨୦ ୟୁନିଟ ରକ୍ତ ସଂଗୃହୀତ ହୋଇଛି । ଜିଲ୍ଲା ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ଜଗଜ୍ଯୋତି ତ୍ରିପାଠୀ, ଗଗାଂଧର ତରିଆ, ସୁକାନ୍ତ ସାହୁ, ଆନନ୍ଦ ମହାନନ୍ଦ, ଅନନ୍ତ ମିଶ୍ର, ସୁରେଶ ବିଶ୍ବାଳ, ସ୍ୱରୂପ ପାତ୍ର, ଦେବାଶିଷ ପୁଝାରୀ, ବବୁଲୁ ସାଗର, ନବଘନ ସାଗର, ଶ୍ରୀକାନ୍ତ ପାଣିଗ୍ରାହୀ, ରିଙ୍କୁ ମେହେର ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଜିଲ୍ଲା ରକ୍ତଭଣ୍ଡାରର କର୍ମଚାରୀ ଡ. ଦୁର୍ଗାଦର୍ତ୍ତ ପଣ୍ଡା, ଟେକ୍ନିସିଆନ୍ ସୁବାଷ ପଣ୍ଡା, ଜଗଜ୍ଯୋତି ଦରୱାନ ରକ୍ତ ସଂଗ୍ରହ କରିଥିଲେ ।