ରକ୍ତଦାନ କରି ରୋଗୀଙ୍କ ଜୀବନ ବଞ୍ଚାଇଲେ ଯୁବ ସମାଜସେବୀ ରାକେଶ ପ୍ରଧାନ

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଉଲୁଣ୍ଡା ଅଂଚଳର ଦୁର୍ଘଟଣା ଗ୍ରସ୍ତ ରୋଗୀଙ୍କୁ ଆଜି ରକ୍ତ ଦାନ କରି ତାଙ୍କର ଜୀବନ ରକ୍ଷା କରିଛନ୍ତି ଯୁବ ସମାଜସେବୀ ରାକେଶ ପ୍ରଧାନ । ରାକେଶ ୧୭ ଥର ରକ୍ତଦାନ କରି ସମାଜରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସେ ନିଜେ ରକ୍ତଦାନ କରିବା ସହ ଅନ୍ୟମାନଙ୍କୁ ମଧ୍ଯ ରକ୍ତଦାନ ପାଇଁ ଅନୁରୋଧ କରିଥାନ୍ତି । ଏହାସହ ସେ ରକ୍ତଦାନ ଶିବିର ମଧ୍ଯ ଆୟୋଜନ କରିଥାନ୍ତି । ଆଜି ସେ ରକ୍ତଦାନ କରିଥିବାରୁ ଉପକୃତ ହୋଇଛନ୍ତି ଦୁର୍ଘଟଣାଗ୍ରସ୍ତ ରୋଗୀ । ତେଣୁ ରୋଗୀଙ୍କ ସଂପର୍କୀୟମାନେ ରାକେଶଙ୍କୁ ସାଧୁବାଦ ଜଣାଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.