ଓଡି଼ଆ ବାର୍ତ୍ତା / ଚନ୍ଦାହାଣ୍ଡି (କାମିନୀ ରଞ୍ଜନ ପାଣ୍ଡେ): ଚନ୍ଦାହାଣ୍ଡି ବ୍ଲକ ଗୋଁଡ ସମାଜ ତରଫରୁ ପୂଜାରୀଗୁଡା ସ୍ଥିତ ଗୋଁଡ ସାଂସ୍କୃତିକ କାର୍ଯ୍ୟାଳୟ ପରିସରରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଭାପତି ଯଦୁନାଥ ପୁଜାରୀଙ୍କ ଆବାହକତ୍ୱରେ ଆୟୋଯିତ ଏହି ଭେଟଘାଟ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ନବରଙ୍ଗପୁର ଲୋକସଭା ସାଂସଦ ରମେଶ ଚନ୍ଦ୍ର ମାଝୀ, ସମ୍ମାନିତ ଅତିଥି ଭାବେ ଝରିଗାଁ ବିଧାୟକ ପ୍ରକାଶ ମାଝୀ, ଅନ୍ତରାଜ୍ୟ ସଭାପତି କଦମ ପୁଜାରୀ, ଚନ୍ଦାହାଣ୍ଡି ବ୍ଲକ ଅଧ୍ୟକ୍ଷା ସୁମିତ୍ରା ପୁଜାରୀ, ମୂଖ୍ୟ ବକ୍ତା ଭାବେ ନବରଙ୍ଗପୁର ଜିଲ୍ଲା ଉପସଭାପତି ଭକ୍ତ ଚନ୍ଦ୍ର ନାୟକ, ସମ୍ମାନୀତ ଅତିଥି ଭାବେ ଶରତ ଚନ୍ଦ୍ର ମାଝୀ, ପ୍ରେମଚାନ୍ଦ ଧୁରୁଆ, ଶ୍ୟାମ ସୁନ୍ଦର ମାଝୀ, ଲାଲୁ ସିଂମାଝୀ, ରୁକ୍ମଣ ସିଂ ଧୁରୁଆ, ପତୁ ପୋଟା, ତିରଣ ସିଂ ମାଝୀ, କମଳୁ ମାଝୀ ପ୍ରମୂଖ ଯୋଗଦେଇଥିଲେ । ଏହି ଅବସରରେ ସମସ୍ତ ଅତିଥି, ମାଆ ଭଉଣୀ ବିଭିନ୍ନ ଗ୍ରାମର ଶିରା, ପୁଜାରୀ ଦେବା ଦେବୀଙ୍କ ପୂଜା ପାଉଥିବା ପାରମ୍ପରିକ ଅସ୍ତ୍ର, ବାଜା ବାଜଣା ସହ ବିରାଟ ଶୋଭାଯାତ୍ରାରେ ବାହାରି ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଏହାପରେ ଆଦିବାସୀ ପରମ୍ପରା ଅନୁଯାୟୀ ପ୍ରଥମେ ବୁଢାଦେବଙ୍କ ପୂଜାର୍ଚ୍ଚନା କରାଯାଇ ସମସ୍ତେ ଏକତ୍ରିତ ହୋଇ କୁରେଇ ପତ୍ରରେ ନୂଆ ଧାନର ଚୁଡା ଭକ୍ଷଣ କରି ଜୁହାର ଭେଟ ହୋଇଥିଲେ ।
ପୁଜାରୀଗୁଡା ଠାରେ ବୁଢାରାଜା ମନ୍ଦିର ନିର୍ମାଣ, ନଳକୂପ ଖନନ ଏବଂ ମନ୍ଦିର ଚତୁପାଶ୍ବରେ ପାଚେରୀ ନିର୍ମାଣ ନିମନ୍ତେ ଅନୁଦାନ ଯୋଗାଇ ଦେବା ନିମନ୍ତେ ସମାଜ ତରଫରୁ ବିଧାୟକ ଓ ସାଂସଦଙ୍କୁ ଦାବି କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଖମେଶ୍ୱର ମାଝୀ ପରିଚାଳନା କରିଥିବାବେଳେ ଦୁର୍ଯ୍ୟୋଧନ ପୂଜାରୀ, ଲାଲୁ ମାଝୀ, ଦେବିସଂ ମାଝୀ, ସନ୍ତୋଷ ମାଝୀ, ଚେନସିଂ ପୂଜାରୀ, ମାର୍କଣ୍ଡ ପୂଜାରୀ, ଲୋକନାଥ ପୁଜାରୀ, କେଦାର ପୁଜାରୀ, ବଳିରାମ ପୁଜାରୀ, ତିରନ ମାଝୀ ପ୍ରମୂଖଙ୍କ ସମେତ ସମସ୍ତ ଗ୍ରାମ ପଂଚାୟତ ସଭାପତି ଏବଂ ଧଙ୍ଗଡାମାଝିମାନେ ଉପସ୍ଥିତ ଥିଲେ । ସଭା ଶେଷରେ ଭାଗୀରଥି ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।