ନୂଆପଡା ଲକ୍ଷେଘର ଗଣା ସମାଜ ନୂଆଖାଇ ଭେଟଘାଟ

ତୁରେଛଡା ଅମ୍ବେଦକର ଫୁଲେ ପାଠଶାଳାର ତିନି ଜଣ ପରିଚାଳକ ସମ୍ବର୍ଦ୍ଧିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ନୂଆପଡା ଜିଲ୍ଲା ସଦର ମହୁକୁମାଠାରେ ଲକ୍ଷେଘର ଗଣା ସମାଜ ପକ୍ଷରୁ ନୁଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗରିବ ସେନାର ଅଧ୍ୟକ୍ଷ ରବି ମଙ୍ଗରାଜଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଭାରତ ରତ୍ନ ଡ. ବି.ଆର. ଅମ୍ବେଦକରଙ୍କ ନାତି ପୂର୍ବତନ ସାଂସଦ ବାଲାସାହେବ ଡ. ପ୍ରକାଶ ଆମ୍ବେଦକର ଓ ସମ୍ମାନିତ ଅତିଥି ଭାବେ ଧିମାନ ଅଭିରାମ ମଲ୍ଲିକ ମଞ୍ଚାସୀନ ଥିଲେ । ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ତୁରେଛଡା ଅମ୍ବେଦକର ଫୁଲେ ପାଠଶାଳାର ତିନି ଜଣ ପରିଚାଳକ ଲୋଚନା ମଙ୍ଗରାଜ, ଦୁଷ୍ମନ୍ତ ମଙ୍ଗରାଜ ଓ ଜୁଲି ନାଏକଙ୍କୁ ପାଠାଶାଳାର ଛାତ୍ରଛାତ୍ରୀଙ୍କୁ ଉନ୍ନତ ମାନର ଶିକ୍ଷା ପ୍ରଦାନ କରି ଉତ୍ତମ ଭବିଷ୍ୟତ ଗଢିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବାରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ତୁରେଛଡା ସ୍ଥିତ ଅମ୍ବେଦକର ଫୁଲେ ପାଠଶାଳାରେ ଏହି ତିନି ଜଣଙ୍କ ପରିଚାଳନାରେ ଓ ଶିକ୍ଷାଦାନରେ ଛାତ୍ରଛାତ୍ରୀମାନେ ଉନ୍ନତ ମାନର ଶିକ୍ଷା ଲାଭ କରିପାରୁଛନ୍ତି । ଏପରିକି ଗତ ବର୍ଷ ୩୪ ଜଣ ଓଡିଶା ଆଦର୍ଶ ବିଦ୍ୟାଳୟ ଓ ନବୋଦୟ ପରିକ୍ଷାରେ ଉତିନ୍ନ ଲାଭ କରିଥିଲେ । ଏହି ନୂଆଖାଇ ଭେଟଘାଟରେ ନୂଆପଡା ଜିଲ୍ଲା ସମେତ ପଡୋଶୀ କଳାହାଣ୍ଡି ଜିଲ୍ଲା ଗଣା ସମାଜର ଅନେକ ବିଶିଷ୍ଟ ବ୍ୟକ୍ତି ଓ ଜନସାଧାରଣ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.