ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ତୁଣ୍ଡଲା ସ୍ଥିତ +୨ ମହାବିଦ୍ୟାଳୟ ପରିସରରେ ଯାଦବ ସମିତିର ବ୍ଲକ ସ୍ତରୀୟ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ସଭା ଆରମ୍ଭ ପୂର୍ବରୁ ବରିଷ୍ଠ ଯାଦବ ହଜାରୁ ଚଣ୍ଡୀଙ୍କ ଦ୍ଵାରା ପ୍ରଥମେ ରାଧାକୃଷ୍ଣ ଏବଂ ଚଣ୍ଡି-ସମଲେଇ ପୂଜା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । କେସିଙ୍ଗା ବ୍ଲକ ଯାଦବ ସମିତି ସଭାପତି ପାନ୍ନାଲାଲ ବେମାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ନୂଆଖାଇ ଭେଟଘାଟରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ହଳଧର ନାଗ ଯୋଗଦାନ କରି ଶିକ୍ଷା, ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଯାଦବ ସମାଜର ଭୂମିକା ପରିପୃଷ୍ଟ ହେବା ଉଚିତ ବୋଲି ମତପୋଷଣ କରିଥିଲେ । ମୁଖ୍ୟ ବକ୍ତା ଭାବେ କଳାହାଣ୍ଡି ନେହେରୁ ଯୁବ କେନ୍ଦ୍ର ସଂଯୋଜକ ଦ୍ବିତିଆ ବନଛୋର ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ତଥା କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ, ଉତ୍କଳ ଯାଦବ ମହାସଭା ସାଧାରଣ ସଂପାଦକ କିର୍ତ୍ତନ ନାୟକ, ଉତ୍କଳ ଯାଦବ ମହାସଭା ମହିଳା ସେଲ ଉପସଭାନେତ୍ରୀ ଶୁଭଲକ୍ଷ୍ମୀ ନାଏକ, ଉତ୍କଳ ଯାଦବ ମହାସଭାର ପୂର୍ବତନ ଉପସଭାପତି ମହେନ୍ଦ୍ର ନାଏକ, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଉପସଭାପତି ଦୁର୍ଲ୍ଲଭ ମାହାର, ଜିଲ୍ଲା ଯାଦବ ମହାସଭା ସାଧାରଣ ସଂପାଦକ ସଞ୍ଜୟ ଧଙ୍ଗଡା ମାଝୀ, କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋର, ପୂର୍ବତନ ଜିଲ୍ଲା ସଭାପତି ସକିତ ରତେ, ସିରୋଲ ସରପଞ୍ଚ ଝରଣା ବାଗ, ସମିତି ସଭ୍ୟ ପ୍ରତାପ ବାଗ, ତୁଣ୍ଡଲା ପଞ୍ଚାୟତ ସମିତି ସଭ୍ୟ ଗୀତାଞ୍ଜଳି ବାଗ ପ୍ରମୁଖ ମଞ୍ଚାସୀନ ରହି ସମାଜରେ ଶିକ୍ଷାର ବିକାଶ, କୁସଂସ୍କାର ଦୂରୀକରଣ, ଜାତି ଭିତ୍ତିକ ଜନ ଗଣନା ପ୍ରମୁଖ ବିଷୟ ଉପରେ ଆଲୋଚନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ କେସିଙ୍ଗା ବ୍ଲକ ଉପସଭାପତି ଜଗବନ୍ଧୁ ନାଏକ, ବିକ୍ରାନ୍ତ ବାଗ, ପୁରୁଷୋତ୍ତମ ବଗର୍ତ୍ତି, କେସିଙ୍ଗା ନଗର ସଭାପତି ଶୁକ୍ରୁ କଟା, କର୍ଲାମୁଣ୍ଡା ବ୍ଲକ ଯାଦବ ମହାସଭା ସାଧାରଣ ସଂପାଦକ ତଥା ବରିଷ୍ଠ ସାମ୍ବାଦିକ ନରୋତ୍ତମ ସେଲମା, ଗୋଲାମୁଣ୍ଡା ବ୍ଲକ ସଭାପତି ଗିରିଧାରୀ ତେଜି, ସଦର ବ୍ଲକ ସଭାପତି ଲିଙ୍ଗରାଜ ଗହିର ପ୍ରମୁଖ ମଞ୍ଚାସୀନ ରହିଥିଲେ । କେସିଙ୍ଗା ବ୍ଲକ ଯାଦବ ସମିତି ସାଧାରଣ ସଂପାଦକ ଘନଶ୍ୟାମ ଗହିର ମଞ୍ଚ ପରିଚାଳନା କରିଥିବାବେଳେ ତୁଣ୍ଡଲା ଆଞ୍ଚଳିକ ଯାଦବ ସମାଜର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ । ଏହି ଅବସରରେ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।