ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ଛାତ୍ର ବିଜେଡ଼ିର ବୃକ୍ଷରୋପଣ

ଓଡ଼ିଆ ବାର୍ତ୍ତା/ ଜଗତସିଂହପୁର: ବିଜେଡି ସୁପ୍ରିମୋ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭ ୭୭ତମ ଜନ୍ମଦିନ ଉପଲକ୍ଷେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଏବଂ ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ଇ°. ସମିତ କୁମାର ଲେଙ୍କାଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ ଛାତ୍ର ବିଜେଡ଼ି ସଭାପତି କାଳନ୍ଦି ଦାଶଙ୍କ ନେତୃତ୍ୱ ଓ ସାଧାରଣ ସମ୍ପାଦକ ଅରିଜିତ ଦାଶଙ୍କ ତତ୍ବାବଧାନରେ ଛାତ୍ର ବିଜେଡ଼ି ତରଫରୁ ଆଜି ଗୋପାଳପୁର ପଞ୍ଚାୟତ ଅନ୍ତର୍ଗତ କିର୍ତନପୁର ଗ୍ରାମ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ବିଜେଡ଼ି ସଭାପତି ମୃଣୟ ସ୍ବାଇଁ, ପୂର୍ବତନ ସମିତି ସଭ୍ୟ ବିଜୟ ମହାନ୍ତି, ନିର୍ବାଚନ ମଣ୍ଡଳୀ ଛାତ୍ର ବିଜେଡ଼ି କାର୍ଯ୍ୟକାରୀ ସଭାପତି ରବିନାରାୟଣ କର, ଜିଲ୍ଲା ଛାତ୍ର ବିଜେଡ଼ି ସମ୍ପାଦକ ଦିନେଶ ବେହେରା, ସୁଜିତ୍ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ । ବ୍ଲକ ଛାତ୍ର ବିଜେଡ଼ି ଉପସଭାପତି ମନୋରଞ୍ଜନ ସାହୁ, ୱାର୍ଡ ସଭ୍ୟ ପ୍ରଳୟ ରାଉତ, ଛାତ୍ର ନେତା ପ୍ରଦୀପ ଦାଶ, ରୁଦ୍ର ପ୍ରସାଦ ଗିରି, ଅଭିଷେକ ଦାଶ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.