ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ପକ୍ଷରୁ ଶନିବାର କୋକସରା ବ୍ଲକ ମାଝିଗୁଡା ମହାତ୍ମା ଗାନ୍ଧୀ ଉଚ୍ଚ ବିଦ୍ୟାଳୟ ଠାରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଶିକ୍ଷକ ମୃତ୍ୟୁଞ୍ଜୟ ପଣ୍ଡା ଓ ସମ୍ମାନିତ ଅତିଥି ଭାବରେ ଖେଳ ଶିକ୍ଷକ ସୁଧୀର ରଞ୍ଜନ ପଣ୍ଡା, କିରାଣୀ ଚୈତନ୍ୟ ବାଗ ପ୍ରମୁଖ ଯୋଗଦେଇଥିଲେ । ନେହେରୁ ଯୁବ କେନ୍ଦ୍ର ରାଷ୍ଟ୍ରୀୟ ଯୁବ ସ୍ବେଚ୍ଛାସେବୀ ଦୃର୍ମାନ୍ଯ ଶବର ଓ ଚରଣ ସିଂ ବାଗଙ୍କ ନେତୃତ୍ବରେ ସ୍କୁଲ ପରିସର, ଗାଁ ରାସ୍ତା କଡ଼ର ବିଭିନ୍ନ ସ୍ଥାନରେ ପଡି ରହିଥିବା ଅଳିଆ ଆବର୍ଜ୍ଜନାକୁ ସଫେଇ କରିବା ସହ ପ୍ରାୟ ୧୫ କେଜି ପ୍ଳାଷ୍ଟିକ ଆର୍ବଜନା ସଂଗ୍ରହ କରାଯାଇ ଥିଲା । ଏଥିରେ ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ସମେତ ଗ୍ରାମବାସୀ ଯୋଗଦେଇ ଥିଲେ ।